ଶନିବାର ରାଶିଫଳ(୧୯/୧୨/୨୦୨୦)

ମେଷ: ଶ୍ରେଷ୍ଠ ସମ୍ମାନରେ ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସନ୍‍ମାର୍ଗୀ ହେବେ। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ସରକାରୀ ସ୍ତରରେ ମାନ ମର୍ଯ୍ୟାଦାପ୍ରାପ୍ତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ବୃଷ: ଧୈର୍ଯ୍ୟ ଧରି କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢ଼ିପାରନ୍ତି। କର୍ମ ଚଞ୍ଚଳ ରହିବେ। ସୁଖ ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଧର୍ମ, କର୍ମ ସଂପାଦନ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ।
ମିଥୁନ: କାର୍ଯ୍ୟ ଉତ୍ସାହପ୍ରଦ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖ ସମ୍ମାନ ଲାଭ କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ମନ ପ୍ରସନ୍ନ ରହିବ। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। ଉଚ୍ଚ ପଦପଦବୀ ମିଳିପାରେ।
କର୍କଟ: ମିଳିଥିବା ସୁଯୋଗକୁ ହାତଛଡ଼ା ନ କରିବା ଭଲ। ସ୍ୱାଭିମାନୀ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରି ଖର୍ଚ୍ଚାନ୍ତ ଯୋଗ ଅଛି। ପରର ଉପକାର କରିବାକୁ ଯାଇ ନିଜେ ବିପଦରେ ପଡ଼ିପାରନ୍ତି। ସତର୍କତାର ଦିନ।
ସିଂହ: ଉପୁଜିଥିବା ଜଟିଳ ସମସ୍ୟା ସୁସମାଧାନ କରିପାରନ୍ତି। ମିତ୍ର ଲାଭର ସୂଚନା ମିଳୁଛି। ହର୍ଷ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି।
କନ୍ୟା: କର୍ମ ତତ୍ପରତା ପ୍ରକାଶ ପାଇବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଆଶାପୂରଣ ହେବ। ଶତ୍ରୁଦମନ କରି ମାନସିକ ଶାନ୍ତି ଲାଭ କରିବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।
ତୁଳା: ଦିନଟି ଶୁଭମୟ ହେବ। ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ହଠାତ୍‍ କିଛି ଅର୍ଥ ମିଳିପାରେ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ମନ ଚଞ୍ଚଳ ରହିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି।
ବିଛା: ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। କର୍ମକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିପାରନ୍ତି। ପରାକ୍ରମଶାଳୀ ହେବେ। ବହୁଜନଙ୍କର ପୋଷକ ହୋଇପାରନ୍ତି। ଗୃହ ପରିବେଶ ଉତ୍ତମ ହେବ। କୃଷି ଉପରେ ଧ୍ୟାନ ଦେବେ।
ଧନୁ: ପରିଶ୍ରମର ମୂଲ୍ୟ ମିଳିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶୁଭକାର୍ଯ୍ୟ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଅତ୍ୟଧିକ କାର୍ଯ୍ୟ ଭାର ଗ୍ରହଣ କରିବେ ଓ ତା’ର ସୁପରିଚାଳନା କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ମକର: ଚିନ୍ତାଧାରା କାର୍ଯ୍ୟକାରୀ ହେବ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି। ଭୋଜନ ସୁଖ ମିଳିବ। ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। କଳ୍ପନା ବିଳାସୀ ଘଟଣାରେ ବିଜୟୀ ହେବେ।
କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସୁସ୍ଥ ଓ ନିରାମୟ ରହିବେ। ପାରିବାରିକ ସୁଖ ଅବ୍ୟାହତ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ମୀନ: ସମସ୍ୟା ଘେରରେ ରହିପାରନ୍ତି। ପଥରୋଧକାରୀ ମାନେ ଅପଦସ୍ତ ହେବେ। ବିରୋଧୀଙ୍କ କାର୍ଯ୍ୟ କଳାପରେ ପ୍ରତିରୋଧ କରିବାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଯଥା ବିବାଦରେ ଭାଗ ନ ନେଇ ଚୁପ୍‍ ରହିବା ଭଲ ହେବ।

Comments are closed.