ଶନିବାର ରାଶିଫଳ – ୧୪ ନଭେମ୍ବର ୨୦୨୦

ମେଷ: ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିପାରେ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ମିଷ୍ଟାନ୍ନ ଭୋଜନ ସହିତ ଆନନ୍ଦ ଉପଭୋଗ କରିପାରନ୍ତି।
ବୃଷ: ଦୁଃସାହସିକ ପଦକ୍ଷେପ ନେଇ ଶତ୍ରୁର ମୁକାବିଲା କରିବେ। ବିଜୟୀ ହେବା ସହିତ ମାନସିକ ଶାନ୍ତି ଫେରି ପାଇବେ। ଆହୁରି ବହୁ ଶୁଭଖବର ପ୍ରାପ୍ତ ହେବ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣପରିଶୋଧ କରି ଚିନ୍ତାମୁକ୍ତ ହେବେ।
ମିଥୁନ: ପଢ଼ାପଢ଼ିରେ ମନୋନିବେଶ କରିବେ। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଖୁସି ହେବେ। ଦିନଟି ଭିତରେ କେତେକ ଭଲ ମନ୍ଦ ମିଶ୍ରିତ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସମ୍ମାନିତ ହେବେ।
କର୍କଟ: ଲୋଭଗ୍ରସ୍ତ ହୋଇପାରନ୍ତି। ପରିଶ୍ରମ ଅଧିକ ଓ କଠୋର ହେଲେ ମଧ୍ୟ ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ବ୍ୟବସାୟ ଲାଭଜନକ ହେବ। ଜୀବ ଜଗତ ପ୍ରତି ଦୟାର୍ଦ ଚିତ୍ତ ହୋଇପାରନ୍ତି।
ସିଂହ: ସାହାଯ୍ୟ ପ୍ରାପ୍ତ ବ୍ୟକ୍ତି ଶତ୍ରୁତା ଆଚରଣ କରିପାରେ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେଇପାରେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଠାକୁରଙ୍କୁ ଦର୍ଶନ ଲାଭ କରିବାର ଅଶାନ୍ତି ମାତ୍ରା କମିବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
କନ୍ୟା: ନୂତନ କାର୍ଯ୍ୟକୁ କରାୟତ୍ତ କରିବାରେ ସକ୍ଷମ ହେବେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇବାରେ ପାରଙ୍ଗମ ହେବେ। ଶିଳ୍ପ ପାରଦର୍ଶୀ ହୋଇପାରନ୍ତି। ସହାସ୍ୟ ମୁଖ ହେବେ। ମହିଳାଗୋଷ୍ଠୀଙ୍କର ସାହାଯ୍ୟକାରୀ ହେବେ। ଧନାଗମ ହେବ।
ତୁଳା: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଆୟର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହୋଇପାରନ୍ତି। ମିଷ୍ଟାନ୍ନ ଭୋଜନ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ବିଛା: ଗୁରୁତ୍ୱପୂର୍ଣ୍ଣ କୋଠରିର ଚାବି ଆପଣଙ୍କ ହାତରେ ଲାଗିଛି। ବ୍ୟୟ ବୃଦ୍ଧି ଘଟି ଅଧିକ ବ୍ୟୟର ସମ୍ମୁଖୀନ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିପାରନ୍ତି। ମଧୁର କଥାରେ ପରକୁ ଆପଣାର କରିବେ। ସତ କର୍ମରେ ନିୟୋଜିତ ହେବେ।
ଧନୁ: କାର୍ଯ୍ୟ ଉତ୍ସାହପ୍ରଦ ହେବ। ସୁ ସମ୍ବାଦ ପାଇ ଭାବ ବିହ୍ୱଳ ହୋଇପାରନ୍ତି। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍କଭର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଦିନଟି ମଧ୍ୟମ ଧରଣର। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ଥିର ରହିବେ।
ମକର: ଶତ୍ରୁକୁ ହାତ ମୁଠା ଭିତରକୁ ଆଣିପାରନ୍ତି। ସୁ ସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ। କର୍ମରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କୁମ୍ଭ: ମାର୍ଗ ଉନ୍ମୁକ୍ତ ରହିଛି। ଯାହା ଇଚ୍ଛା କରିବେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ। କ୍ଷମତାର ଅଭିବୃଦ୍ଧି ଘଟିବ; ତା’ର ସଦ୍ବ୍ୟ ବହାର କରିପାରନ୍ତି। ପ୍ର୍ରତିଯୋଗିତାରେ ବିଜୟୀ ହେବାର ସୂଚନା ମିଳୁଛି। ସହଯୋଗୀଙ୍କ ସମର୍ଥନ ପାଇବେ।
ମୀନ: ଆପଣଙ୍କ କାର୍ଯ୍ୟ ବିଚାରଯୋଗ୍ୟ ହେବ। ବହୁଧନ, ପୁତ୍ର ଓ ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ସୁଖ ଭୋଗ କରିବେ; ମାତ୍ର ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

Comments are closed.