ଶନିବାର ରାଶିଫଳ -୧୦ ଅକ୍ଟୋବର ୨୦୨୦

ମେଷ: ଉପୁଜି ଥିବା ବିବାଦର ଆଶୁ ସମାଧାନ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ରହିବ। ଶୁଭକାର୍ୟ୍ୟ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି। ଠାକୁରଙ୍କ ଦର୍ଶନ ଲାଭ କରିପାରନ୍ତି। ଅଶାନ୍ତିର ଉପଶମ ହେବ। ସରକାରୀ ଲାଭ ମିଳିବ।
ବୃଷ: ଚିନ୍ତାଗ୍ରସ୍ତ ହୋଇପାରନ୍ତି; ଧନାଗମ ହେବାର ସୂଚନା ମିଳୁଛି। ସୁବର୍ଣ୍ଣ ସଂପଦ ମିଳିପାରେ। ଉତ୍ତମ ବସ୍ତ୍ର-ରତ୍ନ ଲାଭ ହୋଇପାରେ। ଯାନବାହନ ସୁଖ ମିଳିବ। ରାଜପ୍ରାସାଦ ଭଳି ଗୃହ ସୁଖ ଭୋଗ କରିବା ଆଶା କରାଯାଏ।
ମିଥୁନ: ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟି ପାରନ୍ତି। ଚିନ୍ତାଧାରା ସୁଦୂର ପ୍ରସାରି ହେବ।
କର୍କଟ: ଅଧିକ ବ୍ୟୟ ଯୋଗୁଁ ବିବ୍ରତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ଶୁଭ କାର୍ୟ୍ୟ ବର୍ଜନୀୟ। ନିଜ ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାରେ ଅକ୍ଷମ ହେବେ। ଛଳନାପୂର୍ଣ୍ଣ କଥାରେ ପରକୁ ଆପଣାର କରିବେ।
ସିଂହ: କାର୍ୟ୍ୟକ୍ଷେତ୍ରରେ ଅଗ୍ରଗାମୀ ହେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସୂତ୍ରରୁ ଲାଭ ମିଳିବାର ସୂଚନା ମିଳୁଛି।
କନ୍ୟା: ରୋଜଗାର ଆଶାନୁରୂପ ହେବ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ୟ୍ୟ ପାଇଁ ସମୟ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ।
ତୁଳା: କିଛି ସମସ୍ୟା ପାଇଁ ଅନ୍ତର୍ଦ୍ବନ୍ଦ୍ୱ ଉପୁଜି ପାରେ। କାର୍ୟ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁଖୀ ହେବେ।
ବିଛା: ବିଶ୍ରାମ ନେବାକୁ ଇଚ୍ଛା ପ୍ରକାଶ କରିପାରନ୍ତି। ସୌଭାଗ୍ୟଶାଳୀ ହେବେ। ସମ୍ମାନାସ୍ପଦ ହେବେ। ପୂଜାରେ ଧ୍ୟାନରତ ହୋଇପାରନ୍ତି। ଧନଯୁକ୍ତ ହେବେ। ସନ୍ତାନ ପ୍ରୀତି ରହିବ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।
ଧନୁ: ମନରେ ଥିବା ସନ୍ଦେହ ମୋଚନ ହୋଇପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଶୁଭ କାର୍ୟ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ନିର୍ମଳ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
ମକର: ସୁଯୋଗର ଉପଯୋଗ କରିପାରନ୍ତି। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଆତ୍ମା ଶାନ୍ତି ହେବ। ଦିନଟି ଶୁଭଙ୍କର ହେବ। ଋଣ ପରିଶୋଧ କରିପାରନ୍ତି।
କୁମ୍ଭ: ଶାସ୍ତ୍ରାଦି ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସରକାରୀ ଅର୍ଥ ମିଳିପାରେ। ସନ୍ତାନ ସୁଖ ମିଳିପାରେ।
ମୀନ: ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଉତ୍ତମା ରମଣୀଯୁକ୍ତ ହେବେ। ଧନବାନ୍‍ ହେବେ। ଉତ୍ତମ ବଂଶରୁ କନ୍ୟା ଆଣିବେ।

Comments are closed.