ଶନିବାର ରାଶିଫଳ ୨୬.୦୯.୨୦୨୦

ମେଷ: ସତ୍‍ସଙ୍ଗରେ ଯୋଗ ଦେଇ ବହୁ ସମସ୍ୟାର ସୁସମାଧାନ କରିପାରନ୍ତି। କର୍ମତତ୍ପର ରହିବେ। ପରିବାରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସର୍ବାଙ୍ଗୀନ ଉନ୍ନତି ହେବ। ସରକାରୀ ଧନ ମିଳିପାରେ। ଗୁଣଜ୍ଞ ହେବେ।
ବୃଷ: କଳ, ବଳ, କୌଶଳ ପ୍ରୟୋଗ କରି କାର୍ୟ୍ୟ ହାସଲ କରିପାରନ୍ତି। ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିବ। କାର୍ୟ୍ୟରେ ସିଦ୍ଧି ପ୍ରାପ୍ତ ହେବେ। ଆର୍ଥିକ ସ୍ଥିତିରେ ଅଭିବୃଦ୍ଧି ଘଟିବ। ଶାନ୍ତି-ସନ୍ତୋଷ ମିଳିବ।
ମିଥୁନ: ଭିନ୍ନ ଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ୟ୍ୟ ବର୍ଜନୀୟ। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ।
କର୍କଟ: ପରମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବ୍ୟବହାର କୁଶଳତା ଯୋଗୁଁ ସମ୍ମାନର ଅଧିକାରୀ ହେବେ। କାର୍ୟ୍ୟରେ ଉତ୍ସାହ ବୃଦ୍ଧି ପାଇବ। ବାଣିଜ୍ୟ କାରବାର ଲାଭଜନକ ହେବ। ପତ୍ନୀଙ୍କ ସହାୟତା ମିଳିବ।
ସିଂହ: ଏକ ଭଦ୍ର ସମାଜରେ ସାମିଲ ହେବେ। ଶତ୍ରୁ ଯେତେ ବଳବାନ୍‍ ହେଉ ନା, କାହିଁକି ତାକୁ ପରାସ୍ତ କରିବାରେ ସକ୍ଷମ ହେବେ। ରଣାଙ୍ଗନରେ ସାମାନ୍ୟ ଆହତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଆର୍ଥିକ ଓ ନୈତିକ ସହାୟତା ପାଇବେ। ଶକ୍ତିମାନ୍‍ ହେବେ।
କନ୍ୟା: ବ୍ୟବହାରରେ ସୌଜନ୍ୟତା ରକ୍ଷା କରି ପ୍ରଶଂସିତ ହେବେ। ଦୈନଦିନ କାର୍ୟ୍ୟ ଉତ୍ସାହପ୍ରଦ ହେବ। ସୁଖଶାନ୍ତିରେ ସମୟ ଅତିବାହିତ ହେବ। ଭାଗ୍ୟବାନ୍‍ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଭିନ୍ନ ସୂତ୍ରରୁ ଅଧିକ ଅର୍ଥ ମିଳିପାରେ।
ତୁଳା: ସୌଭାଗ୍ୟ ଓ ସମ୍ମାନଯୁକ୍ତ ହେବେ। ଧନଯୁକ୍ତ ହୋଇପାରନ୍ତି। ଧନାଢ଼୍ୟ ହେବେ। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହୋଇପାରନ୍ତି। ନିରନ୍ତର ଧ୍ୟାନମଗ୍ନ ହୋଇ ସଫଳତାର ମାର୍ଗ ପ୍ରାପ୍ତ ହେବେ। ମେଧାବୀ ହେବେ। ଦୟାଳୁ ସ୍ୱଭାବର ହେବେ।
ବିଛା: ଶ୍ରମ ସାର୍ଥକ ହେବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଅପୂର୍ବ ସଫଳତା ଲାଭ କରିବେ। ବିଭିନ୍ନ ସ୍ତରରୁ ଧନାଗମ ହୋଇପାରେ। ବନ୍ଧୁ ସହାୟତା ମିଳିବ।
ଧନୁ: କେଉଁ କାର୍ୟ୍ୟ କରିବେ; ତାହା ନିଜ ଉପରେ ନିର୍ଭର କରୁଛି। ସୁସ୍ଥ ଓ ନିରାମୟ ରହିବେ। ପୁଣ୍ୟଦେହୀ ହୋଇପାରନ୍ତି। ଭୋଗାସକ୍ତ ହେବେ। ଧନ ଲାଭକାରୀ ହୋଇପାରନ୍ତି। ନିତ୍ୟାନନ୍ଦଯୁକ୍ତ ଗୁଣ ଓ ବିଦ୍ୟାବାନ୍‍ ହେବେ।
ମକର: ଆପଣଙ୍କ ଚିନ୍ତାଧାରା କାର୍ୟ୍ୟକ୍ଷମ ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଆୟର ଏକ ନୂତନ ମାର୍ଗ ଉନ୍ମୁକ୍ତ ହେବ। ଭୂରି ଭୋଜନ ମିଳିବ। ଅନୁଗୃହୀତ ହୋଇପାରନ୍ତି। କାର୍ୟ୍ୟର ଉତ୍ସାହ ବୃଦ୍ଧି ପାଇବ। ଆର୍ଥିକ ଉନ୍ନତି ଘଟିବ।
କୁମ୍ଭ: ସାଧାରଣ ଲୋକଙ୍କ କାର୍ୟ୍ୟରେ ବ୍ୟସ୍ତ ରହିପାରନ୍ତି। ବ୍ୟୟ ବୃଦ୍ଧି ଘଟିବାର ସୂଚନା ମିଳୁଛି। ଅଧିକ ଦାୟିତ୍ୱ ବହନ କରିପାରନ୍ତି। କୃଷିରୁ ଲାଭ ମିଳିବ। ସୁଖୀ ହେବେ। ପୌରୁଷ ପଣିଆ ଜାହିର କରିବେ। ଧନାଗମ ହେବ।
ମୀନ: ଆୟ ସ୍ୱଳ୍ପ ପରିମାଣର ହେବ। ବିଶାଳ ଯଶର ଅଧିକାରୀ ହେବେ। ନାନା ସୁଖର ଅଧିକାରୀ ହେବେ। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶତ୍ରୁକୁ ଦମନ କରି ନିଶ୍ଚିନ୍ତ ହେବେ। ସରକାରୀ ଅର୍ଥ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.