ଶନିବାର ରାଶିଫଳ (୧୫.୦୮.୨୦୨୦)

ମେଷ: ମନ ଫୂର୍ତ୍ତି ରହିବ। ସାଙ୍ଗଠନିକ କାର୍ୟ୍ୟର ନେତୃତ୍ୱ ନେଇପାରନ୍ତି। ଧର୍ମପରାୟଣ ହେବେ। ମଧୁରଭାଷୀ ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ନିଜ ଭଉଣୀଠାରୁ ସୁଖ ସମ୍ମାନ ମିଳିବ।
ବୃଷ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଭାଗ୍ୟଶାଳୀ ହେବେ। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାରୂପକ ମହାଧନ ପ୍ରାପ୍ତିର ଆଶାୟୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ର ସୁଖ ମିଳିବ। ଧନାଗମ ହେବ।
ମିଥୁନ: ଉତ୍ସାବାଦିରେ ଯୋଗଦାନ କରିପାରନ୍ତି। ସ୍ୱାଧୀନ ଚିନ୍ତାଧାରା ନେଇ କାର୍ୟ୍ୟ କରିବେ। ଐଶ୍ୱର୍ୟ୍ୟଯୁକ୍ତ ହୋଇପାରନ୍ତି। ସୈନିକମାନେ ବୀରତ୍ୱ ପ୍ରଦର୍ଶନ କରି ସୁଖୀ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଭୋଜନ ତୃପ୍ତିଦାୟକ ହେବ।
କର୍କଟ: ଉତ୍ସାବାଦି ପାଇଁ ଅଧିକ ବ୍ୟୟ କରିବେ। କର୍ମଚଞ୍ଚଳ ରହିପାରନ୍ତି। ଚକ୍ଷୁରେ ସାମୟିକ ଭାବେ ପୀଡ଼ା ଅନୁଭବ କରିବେ। ମଧୁର ଭାଷାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ। ସାହସୀ ହେବେ।
ସିଂହ: ଦେଶପ୍ରେମରେ ମଜ୍ଜି ପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। କର୍ମଚଞ୍ଚଳ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ରାଜକୋଷ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା: ଆତିଥ୍ୟ ଗ୍ରହଣ କରି ଉତ୍ସାବାଦିରେ ଯୋଗ ଦେଇପାରନ୍ତି। ପରିଶ୍ରମ ପଡ଼ିଲେ ବି ତାହା ସୁଖଦାୟକ ହେବ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହେବେ। ଯଶସ୍ୱୀ ହୋଇପାରନ୍ତି।
ତୁଳା: ଶିଶୁ ବତ୍ସଳ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ସଦ୍ଭାବନା ବଜାୟ ରଖିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିବାନ୍‍ ହୋଇପାରନ୍ତି।
ବିଛା: ସ୍ୱାଭିମାନୀ ହେବେ। କର୍ମକ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିପାରନ୍ତି। ସନ୍ମାର୍ଗୀ ହେବେ। ଜ୍ଞାନ-ଗରିମାଯୁକ୍ତ ହେବେ। ପ୍ରଭୂତ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଏକତ୍ର ଭୋଗ ହେତୁ ଅତି ସତର୍କରେ ଚଳିବାକୁ ପଡ଼ିବ।
ଧନୁ: ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟରେ ଲୋକମାନଙ୍କୁ ଆକର୍ଷିତ କରିପାରନ୍ତି। ସେବା ମନୋଭାବକୁ କାର୍ୟ୍ୟରେ ଲଗାଇ ସନ୍ତୁଷ୍ଟ ହେବେ। ବ୍ୟବସାୟ ଲାଭଜନକ ହେବ। ଶାନ୍ତ ଓ ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ସୁଖୀ ହେବେ।
ମକର: ମନ ମଧ୍ୟରେ ଉଚ୍ଚତର ଭାବନା ସୃଷ୍ଟି ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ। ସୁଖୀ ହେବେ।
କୁମ୍ଭ: କର୍ମଚଞ୍ଚଳ ରହିବେ। ସ୍ୱାଧୀନତା ଦିବସର ଅନୁଚିନ୍ତାକୁ ସାଧାରଣରେ ବ୍ୟକ୍ତ କରି ପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ବିଦ୍ୟାବାନ୍‍ ହେବେ।
ମୀନ: ମନ ପ୍ରଫୁଲ୍ଲ ରହିବ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ଅଗ୍ରାଧିକାର ଦେଇପାରନ୍ତି। ବ୍ୟକ୍ତିତ୍ୱର ବିକାଶ ଘଟାଇ ପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକୁ ତ୍ୱରାନ୍ୱିତ କରିପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ୍‍ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

Comments are closed.