ଶନିବାର ରାଶିଫଳ(୦୮/୦୮/୨୦୨୦)

ମେଷ: ପର ପାଇଁ ଜିମାଦାର ହୋଇପାରନ୍ତି। ଯତ୍ନବାନ ନହେଲେ କାର୍ଯ୍ୟରେ ବିଘ୍ନ ଘଟିପାରେ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବ୍ୟବସାୟ ଲାଭଜନକ ହେବ। କଠୋର ସ୍ବଭାବର ହୋଇପାରନ୍ତି। ସର୍ବସୁଖ ମିଳିବ। ଖର୍ଚ୍ଚାନ୍ତ ହେବେ।
ବୃଷ: ପ୍ରସନ୍ନ ଚିତ୍ତ ହୋଇପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଧର୍ମ-କର୍ମ ସମ୍ପାଦନ କରିପାନ୍ତି। ସୁବୁଦ୍ଧି ସମ୍ପନ୍ନ ହେବେ। ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ପାରଦର୍ଶିତା ଲାଭ କରିବେ। ବନ୍ଧୁ ଓ ପ୍ରିୟଜନଙ୍କ ସାନ୍ନିଧ୍ୟ ମିଳିବ। ସଫଳକର୍ମା ହେବେ।
ମିଥୁନ: ଆୟ ଆଶାନୁରୂପ ହେବ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ସତ୍‌କର୍ମରେ ବ୍ୟୟ କରିପାରନ୍ତି। ଆନନ୍ଦ-ଉଲ୍ଲାସରେ ସମୟ ବିତିବ। ​‌େ​‌ଶ୍ରଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଶତ୍ରୁ ବିଜୟୀ ହେବେ। ବହୁ ଉନ୍ନତିମୂଳକ କାର୍ଯ୍ୟ କରି ପ୍ରଶଂସିତ ହେବେ।
କର୍କଟ: ପ୍ରତ୍ୟେକ କ୍ଷେତ୍ରରେ ମହାନତା ପ୍ରତିପାଦନ କରିବେ। ପରଚର୍ଚ୍ଚାରେ ଆଲୋଚନାରତ ହେଲେ ହଇରାଣ ହରକତ ହୋଇପାରନ୍ତି। ବିଦ୍ୟାରୂପକ ମହାଧନ ପ୍ରାପ୍ତ ହେବେ। ସୁବକ୍ତା ହୋଇପାରନ୍ତି। ମିଷ୍ଠାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି।
ସିଂହ: କୌଣସି ସମସ୍ୟାକୁ ନେଇ ବଳ କଷାକଷି ଓ କଥା କଟାକଟି ହୋଇପାରେ। କାର୍ଯ୍ୟରେ ବିଘ୍ନ ଘଟିପାରେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଅଜାତଶତ୍ରୁ ହୋଇପାରନ୍ତି। ସ୍ବାଭିମାନୀ ହେବେ।
କନ୍ୟା: ପ୍ରିୟା-ପ୍ରୀତି ତୋଷଣ ନୀତି ଅବଲମ୍ବନ କରିପାରନ୍ତି। ସଦ୍‌ବ୍ୟୟୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। କର୍ମକ୍ଷେତ୍ରରେ ଉନ୍ନତି ଘଟିବା ବନ୍ଧୁ ସହାୟତା ମିଳିବ।
ତୁଳା: ଗଣ୍ଡଗୋଳିଆ ପରିସ୍ଥିତିରେ ସ୍ବାର୍ଥହାସଲ କରିପାରନ୍ତି। ଶତ୍ରୁ ଉତ୍‌ପୀଡ଼ନର ଆଶଙ୍କା ଥିବାରୁ ବନ୍ଧୁ ସହାୟତା ଲୋଡ଼ିବେ। ବିଳାସ ବ୍ୟସନ ଉଣା ହେବନାହିଁ। କର୍ମତତ୍‌ପରତା ପ୍ରକାଶ ପାଇବ। ଶତ୍ରୁ ଦମନ କରି ମାନସିକ ଆଶଙ୍କା ଦୂର କରିବେ।
ବିଛା: କାର୍ଯ୍ୟରେ ଅଧିକ ପରିଶ୍ରମର ସମ୍ମୁଖୀନ ହେବେ। ନାନାସମସ୍ୟାର ସମାଧାନ କରି କାର୍ଯ୍ୟରେ ସଫଳତା ଲାଭ କରିବେ। ବହୁସୁଖର ଅଧିକାରୀ ହୋଇପାରନ୍ତି। ନୂତନ ବିଦ୍ୟା ପ୍ରାପ୍ତ ହେବେ।
ଧନୁ: ଧନ ପ୍ରାପ୍ତିର ସୁଯୋଗ ଅଛି। ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ସୁଖୀ ହେବେ। ଶାସ୍ତ୍ର ପଟୁ ହୋଇପାରନ୍ତି। ସୁବର୍ଣ୍ଣଯୁକ୍ତ ହେବାର ଆଶା ଅଛି। ଯାନଚଳାଚଳ, ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ନ କରିବା ଭଲ ହେବ।
ମକର: ଆଶା କରୁଥିବା କାର୍ଯ୍ୟ ହସ୍ତଗତ ହୋଇପାରେ। ବିଭିନ୍ନ ସ୍ତରରେ ସମ୍ମଳିତ ହେବେ। ବ୍ୟବସାୟ, ଅଧିକ ଲାଭଜନକ ହେବ। କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି। କୃଷିକର୍ମରେ ଦକ୍ଷ ହେବେ।
କୁମ୍ଭ: କାର୍ଯ୍ୟରେ ସଫଳତା ପାଇବେ। ସାମୟିକ ଭାବେ ଆଳସ୍ୟର ଶିକାର ହୋଇପାରନ୍ତି। ଅର୍ଥ ପାଇଁ ଚିନ୍ତିତ ହୋଇପାରନ୍ତି। ବିଦ୍ବାନ ଓ ଯଶସ୍ବୀ ହେବେ। ନିର୍ଭୟରେ କାର୍ଯ୍ୟ କରିବେ।
ମୀନ: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ଶତ୍ରୁବୃଦ୍ଧିର ସମ୍ଭାବନା ଅଛି। ଲୋକପ୍ରିୟତା ଅର୍ଜନ କରିବେ। ଆୟବୃଦ୍ଧି ହେବ।

Comments are closed.