ଶନିବାର ରାଶିଫଳ ତା ୧୮। ୦୭। ୨୦୨୦

ମେଷ: ଶୁଭ ଖବର ପାଇ ଆହ୍ଲାଦିତ ହୋଇପାରନ୍ତି। ବହୁ ଭାବରେ ଉପକୃତ ହେବେ। ଶାନ୍ତି-ସନ୍ତୋଷ ଲାଭ କରିପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଅର୍ଜିତ ଧନ ଭୋଗ କରିବେ। ପରାମର୍ଶଦାତା ହେବେ।
ବୃଷ: ମିଳିଥିବା ସୁଯୋଗ ହାସଲ କରିବାରେ ତ୍ରୁଟି ରହିପାରେ; ତଥାପି ଧନାଗମ ହେବ। ଧନବାନ୍‌ ହେବେ। ଗୁଣୀ ବ୍ୟକ୍ତିଭାବେ ସାମାଜିକ ପ୍ରତିଷ୍ଠା ଲାଭ କରିବେ। ନୂଆ ବନ୍ଧୁ ଜୁଟି ପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ମିଷ୍ଟାନ୍ନ ମିଳିବ।
ମିଥୁନ: ଅତ୍ୟଧିକ ବ୍ୟୟ ଯୋଗୁଁ ଆର୍ଥିକ ସ୍ଥିତି ନିମ୍ନଗାମୀ ହେବ। ବନ୍ଧୁ ମିଳନ ଘଟିପାରେ। ଅପରାହ୍ଣରୁ ବ୍ୟବସାୟରେ ଢ଼େର ଉନ୍ନତି ଘଟିପାରେ। ପାରିବାରିକ ସୁଖ ମିଳିବ। ରାଜନୈତିକ ବକ୍ତବ୍ୟରୁ ଜନ ସମର୍ଥନ ମିଳିବ। ମଧୁରଭାଷୀ ଓ ବାକ୍‌ପଟୁ ହେବେ।
କର୍କଟ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମାନ-ସମ୍ମାନର ଅଧିକାରୀ ହେବେ। କାର୍ୟ୍ୟରେ ସିଦ୍ଧିପ୍ରାପ୍ତ ହେବେ। ସର୍ବବିଧ ଉନ୍ନତି ଆଶା କରାଯାଏ। ଦାମ୍ପତ୍ୟ ସୁଖ ମିଳିବ। ସଦା-ସର୍ବଦା ସତ୍ୟାନୁରାଗୀ ହେବେ।
ସିଂହ: ସୁଯୋଗ ହାସଲ କରିବାରେ କ୍ରିୟାଶୀଳ ହେବେ। ବିଭିନ୍ନ ଦିଗରୁ ଧନପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସ୍ତରରେ ସୁଖ-ସମୃଦ୍ଧି ଆଶା କରାଯାଏ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କୃଷି ଉପରେ ଗୁରୁତ୍ବ ଦେବେ। ମହିମାମୟ ହେବେ।
କନ୍ୟା: ମହତ ପଣିଆର ପରିଚୟ ସୃଷ୍ଟି କରିବେ। ଅଭୀଷ୍ଟ ସିଦ୍ଧି ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବେ। ପୁତ୍ର, ପତ୍ନୀ ଓ ନିଜର ବନ୍ଧୁ-ବାନ୍ଧବଙ୍କ ପ୍ରତି ଅନୁରକ୍ତି ରହିବ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍‌ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ତୁଳା: କଳେ, ବଳେ, କୌଶଳେ କାର୍ୟ୍ୟ ହାସଲ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ଦାନ-ଧର୍ମରେ ଦୀକ୍ଷିତ ହେବେ। ସତ୍‌କର୍ମରେ ବ୍ୟୟ କରିବାକୁ କୁଣ୍ଠା ପ୍ରକାଶ କରିବେ ନାହିଁ। ଶତ୍ରୁ ପ୍ରତି ସତର୍କ ରହିବା ଉଚିତ।
ବିଛା: ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପାରିବାରିକ ସୁଖ ମିଳିବ। ପ୍ରଭୂତ ସୁଖର ଅଧିକାରୀ ହେବେ। ମାନସିକ ସ୍ତରରେ ସକ୍ରିୟ ହେବେ। ଧନଶାଳୀ ହେବା ଆଶା କରାଯାଏ।
ଧନୁ: ସତ୍‌କର୍ମରେ ଯୋଗଦାନ କରିପାରନ୍ତି। ବନ୍ଧୁ ମିଳନ ଘଟିବାର ସମ୍ଭାବନା ରହିଛି। ଚିତ୍ତ ପ୍ରସନ୍ନ ରହିବ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଶାସ୍ତ୍ରପଟୁ ଓ ପୁଣ୍ୟକର୍ମା ହେବେ। ସୁବର୍ଣ୍ଣ ସମ୍ପଦଯୁକ୍ତ ହୋଇପାରନ୍ତି। ରାଜପୂଜା ମିଳିବ।
ମକର: ପଠନ, ଲିଖନ ଉପରେ ଗୁରୁତ୍ବ ଦେଇପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ତେଜୀୟାନ୍‌ ହୋଇପାରନ୍ତି। ପ୍ରସନ୍ନ ଚିତ୍ତ ହେବେ। ପ୍ରଚୁର ଅର୍ଥପ୍ରାପ୍ତିରୁ ସନ୍ତୋଷ ମିଳିବ।
କୁମ୍ଭ: ଦିନଟି ସମସ୍ୟା ବହୁଳ ହେଲେ ମଧ୍ୟ ଏହାର ସୁସମାଧାନ କରିବାରେ ସିଦ୍ଧହସ୍ତ ହେବେ। ମିତ୍ର ଓ ଆତ୍ମୀୟମାନଙ୍କ ସହିତ ସୁଖ ଅନୁଭବ କରିବେ। କୁଳ ପ୍ରଧାନ ହୋଇପାରନ୍ତି। ବିନୀତ ସ୍ବଭାବର ହୋଇପାରନ୍ତି।
ମୀନ: କର୍ମ ସଂସ୍ଥାନ ପାଇଁ ଉଦ୍‌ଯୋଗୀ ହୋଇପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ପରିଶ୍ରମୀ ହେବେ । ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଗୁରୁକୃପା ଲାଭ କରିପାରନ୍ତି। କର୍ମୋନ୍ନତି ଘଟିବ।

Comments are closed.