ଶନିବାର ରାଶିଫଳ ( ୩୧-୧୦-୨୦୨୦ )

ମେଷ: ଧନ ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନ ଆଶାନୁରୂପ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।

ବୃଷ: କାର୍ଯ୍ୟଟି ସମସ୍ୟା ବହୁଳ ହୋଇପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଶତ୍ରୁମାନଙ୍କ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଯୁଦ୍ଧ ଓ ଯାତ୍ରା ପାଇଁ ଶୁଭଦାୟକ।

ମିଥୁନ: ଜଟିଳ ସମସ୍ୟାର ସମାଧାନ କରିବାରେ ସଫଳ ହେବେ। ଆୟ ପରିମାଣ ବୃଦ୍ଧି ପାଇବ। ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଘଟାଇବାରେ ପାରଙ୍ଗମ ହେବେ। ଯେଉଁ କାର୍ଯ୍ୟରେ ହାତ ଦିଅନ୍ତୁ ନାଁ କାହିଁକି ସଫଳତାର ସ୍ୱାଦ ନିଶ୍ଚୟ ଚାଖିବେ।

କର୍କଟ: କାର୍ଯ୍ୟରେ ସଫଳତା ଲାଭ କରିବେ। ଆଶା ଫଳବତୀ ହେବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ସରକାରୀ ଧନ ପାଇପାରନ୍ତି। ଗୃହ ପରିବେଶ ସ୍ୱାସ୍ଥ୍ୟ ଉପଯୋଗୀ ହେବ। କୀର୍ତ୍ତିମାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି।

ସିଂହ: ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ମନ ପ୍ରଫୁଲ୍ଲ ରହିବ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦୟାଳୁ ସ୍ୱଭାବର ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିରଳସ ହେବେ।

କନ୍ୟା: ଧନକ୍ଷୟ ହେବାର ଅବସ୍ଥା ସୃଷ୍ଟି ହୋଇଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ଆତ୍ମ ସଂଯମୀ ହୋଇପାରନ୍ତି। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧର୍ମପ୍ରିୟ ହେବେ। ଚଞ୍ଚଳ ଚେଷ୍ଟିତ ହେବେ। ସତର୍କତାର ଦିନ।

ତୁଳା: ତ୍ୟାଗପୁତ ଓ ସେବା ମନୋବୃତ୍ତିର ଗ୍ରହଣ କରିପାରନ୍ତି। ସୌଜନ୍ୟ ପ୍ରକାଶ ପାଇବ। ସଦ୍‍ଗୁଣର ବିକାଶ ଘଟିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଦ୍ରବ୍ୟ ପ୍ରାପ୍ତ ହେବେ।

ବିଛା: ଅସମ୍ଭବକୁ ସମ୍ଭବ କରିବାରେ ପାରଙ୍ଗମ ହେବେ। କ୍ରୋଧ ସମ୍ବରଣ କଲେ ସନ୍‌ମାର୍ଗୀ ହେବେ। ସୁସ୍ଥ ରହିବେ। କର୍ମରେ ଉନ୍ନତି ଘଟିବ। ଶତ୍ରୁ ଆପଣା ଛାଏଁ ଅପସରି ଯିବ। ମନ ପ୍ରଫୁଲ୍ଲ ରହିବ। ଯଶସ୍ୱୀ ହେବେ। ମାନସିକ ଶାନ୍ତି ମିଳିବ।

ଧନୁ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚାଲୁ ରହିଥିବା କାର୍ଯ୍ୟର ଅଗ୍ରଗତି ଘଟିବ। ଅଧିକ ଉତ୍ସାହିତ ହୋଇ କାର୍ଯ୍ୟକ୍ରମର ପ୍ରସାର ଘଟାଇ ପାରନ୍ତି। ବ୍ୟବସାୟ ମନ୍ଥର ଗତିରେ ଚାଲିବ। ସୁଖୀ ହେବେ।

ମକର: ପର ପାଇଁ ଜାମିନ୍‍ଦାର ହୋଇପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ଶୁଭାଶୁଭ ମିଶ୍ରିତ ଫଳ ମିଳିବ। କୃଷିକ୍ଷେତ ଲାଭଜନକ ହେବ। ବିଳାସୀ ହୋଇପାରନ୍ତି। ଯାନବାହନ ସୁଖ ମିଳିପାରେ। ସ୍ୱୟଂସିଦ୍ଧ ହେବେ।

କୁମ୍ଭ: କାର୍ଯ୍ୟରେ ସଫଳତା ଲାଭ କରିବେ। ମାନ୍ୟତାପ୍ରାପ୍ତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି। ସର୍ବାଙ୍ଗୀନ ଉନ୍ନତି ହେବ। ସକଳ ଗୁଣଯୁକ୍ତ, ସୁଖ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ମନ ନିର୍ମଳ ରହିବ।

ମୀନ: ମନସ୍କାମନାପୂର୍ଣ୍ଣ ହୋଇପାରେ। କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା ଆବଶ୍ୟକ। ପାରିବାରିକ ସୁଖ ମିଳିବ। ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି।

Comments are closed.