ଶନିବାର ରାଶିଫଳ ୨୦। ୦୬। ୨୦୨୦

ମେଷ: କାର୍ଯ୍ୟରେ ସ୍ବଚ୍ଛତା ପାଇଁ ସମ୍ମାନିତ ହୋଇପାରନ୍ତି। ଧନାଗମ ହେବ। ସ୍ବ ଅର୍ଜିତ ଧନ ଭୋଗ କରିବେ। କ୍ଷେତ୍ରପତି ହୋଇପାରନ୍ତି। ଉପଯୁକ୍ତ ପରାମର୍ଶଦାତା ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ପ୍ରଫୁଲ୍ଲିତ ହେବେ।
ବୃଷ: ନାନା ବିଭବରେ ମଣ୍ଡିତ ହେବେ। ବିଷୟା-ବାସନା ପ୍ରତି ଅନୁରକ୍ତି ରହିବ। ଧାର୍ମିକ ପ୍ରବୃତ୍ତିର ହେବେ। ଶ୍ରେଷ୍ଠ ପଦ-ପଦବୀ ପାଇପାରନ୍ତି। ରୁଚିକର ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ଇଚ୍ଛାଧୀନ କାର୍ଯ୍ୟ କରିପାରନ୍ତି। ବନ୍ଧୁମାନେ କରଛଡ଼ା ଦେଇପାରନ୍ତି। ରାଜତୁଲ୍ୟ ଜୀବନଯାପନ କରି ସନ୍ତୁଷ୍ଟ ହେବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ନୀରବ ଦର୍ଶକ ହେବେ।
କର୍କଟ: ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇବା ସହିତ ସମ୍ମାନିତ ହୋଇପାରନ୍ତି। ସତ୍ୟବାଦୀ ହେବେ। ଆପଣଙ୍କ ବକ୍ତବ୍ୟ ଜନମନରଞ୍ଜନ କରିପାରେ। ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁଖୀ ହେବେ।
ସିଂହ: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କୃଷି ଉପରେ ପ୍ରାଧାନ୍ୟ ଦେଇପାରନ୍ତି। ଶ୍ରେଷ୍ଠ ସୁଖର ଅଧିକାରୀ ହେବେ। ଉଚ୍ଚ ସମ୍ମାନ ମିଳିବ। କର୍ମକ୍ଷେତ୍ର ଉଳମୟ ହେବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।
କନ୍ୟା: କର୍ମକ୍ଷେତ୍ରରେ ବାଜିମାରି ନେଇପାରନ୍ତି। ଆୟ ଆଶାନୁରୂପ ହେବ। ମହତପଣିଆ ବଜାୟ ରଖିବେ। ବନ୍ଧୁ, ସନ୍ତାନ ଓ ପ୍ରଣୟିନୀଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ ଜାରି ରଖିବେ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇ ତା’ର ସଦ୍‌ବ୍ୟବହାର କରିବେ।
ତୁଳା: ମହତ୍‌ କାର୍ଯ୍ୟ କରିବା ପାଇଁ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ରିଷ୍ଟ ଖଣ୍ଡନ ପାଇଁ ସେବା-ପୂଜାରେ ମଗ୍ନ ହୋଇପାରନ୍ତି। ସନ୍ମାର୍ଗୀ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଆବଶ୍ୟକ।
ବିଛା: ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ମିଳିବ। ଆନନ୍ଦ ଉପଭୋଗ କରିବେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ।
ଧନୁ: ସ୍ବ ଜ୍ଞାନ, ଗରିମା ବଳରେ ଯେଉଁ କାର୍ୟ୍ୟରେ ହାତ ଦେବେ ସେଥିରେ ସଫଳତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ। ସତ୍‌କର୍ମରେ ଅର୍ଥ ବ୍ୟୟ କରିପାରନ୍ତି। ସୁସମ୍ବାଦ ମିଳିବ।
ମକର: ପଢ଼ାପଢ଼ିରେ ମନୋନିବେଶ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବହୁ ସୁଖର ଅଧିକାରୀ ହେବେ। ନିଜ କର୍ମ କୁଶଳରେ ସନ୍ତୁଷ୍ଟ ହେବେ।
କୁମ୍ଭ: କାର୍ଯ୍ୟ ଧୀରେ, ସୁସ୍ଥେ ଆଗକୁ ବଢ଼ିବ। ଶ୍ରମର ମୂଲ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ମିତ୍ର, ବନ୍ଧୁଙ୍କ ସହିତ ସୁଖଭୋଗ କରିବେ। କୁଳପ୍ରଧାନ ହେବେ। ବିନୀତ ସ୍ବଭାବର ହେବେ।
ମୀନ: ନିଜ ବୁଦ୍ଧି ବଳରେ ଯେଉଁ କାର୍ଯ୍ୟ କରିବେ; ସେଥିରେ ଅପୂର୍ବ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ଠାକୁରଙ୍କ ଦର୍ଶନ ଲାଭ ହେବ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି। ଉପୁଜିଥିବା ଅଶାନ୍ତିର ଉପଶମ ହେବ।

Comments are closed.