ଶନିବାର ରାଶିଫଳ(୬। ୬। ୨୦୨୦)

ମେଷ: କାନକୁହା ବ୍ୟକ୍ତିଙ୍କ ପାଇଁ ବିଭ୍ରାନ୍ତ ହୋଇପାରନ୍ତି। ମାତ୍ର କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ। ଶାରୀରିକ କ୍ଲେଶ ଅନୁଭବ କରିପାରନ୍ତି। ରୀତିନୀତିରେ ଚଳିବେ। ପ୍ରଭାବୀ ହେବେ। ସତର୍କତାର ଦିନ।
ବୃଷ: ଦୂରବନ୍ଧୁଙ୍କ ସହାୟତା ପାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ସହଧର୍ମଣୀଙ୍କ ସହାୟତା ମିଳିପାରେ। ବ୍ୟବସାୟରୁ ସୁଫଳ ମିଳିବ। ଅବିବାହିତମାନଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ସୁବର୍ଣ୍ଣାଦି ଦ୍ରବ୍ୟ ଲାଭ ହୋଇପାରେ।
ମିଥୁନ: ଧର୍ମ-କର୍ମ ସଂପାଦନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ ହୋଇପାରନ୍ତି। ଶାନ୍ତ, ନିପୁଣ ଓ ମେଧାବୀ ହେବେ। ଜିତେନ୍ଦ୍ରିୟ ବିଦ୍ବାନ୍‌ ଓ ଦୟାଳୁ ସ୍ବଭାବର ହେବା ଆଶା କରାଯାଏ। ଶତ୍ରୁ ଆପଣା ଛାଏଁ ବିରୋଧରୁ ଓହରି ଯିବେ।
କର୍କଟ: ଠାକୁରଙ୍କ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ଶୁଭକାର୍ଯ୍ୟ କରଣୀୟ।
ସିଂହ: ବୁଝି-ବିଚାରି କାର୍ଯ୍ୟ କରିବାକୁ ପଡ଼ିବ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ ପତ୍ନୀଙ୍କ ଅସୁସ୍ଥତା ପାଇଁ ଚିନ୍ତିତ ହୋଇପାରନ୍ତି। ବନ୍ଧୁ ପ୍ରିୟ ଓ ସାହସୀ ହେବେ। କୃଷି କାର୍ଯ୍ୟରେ ତତ୍ପର ହେବେ। ଯାନବାହନ ସୁଖ ମିଳିବ।
କନ୍ୟା: ପଠନ-ଲିଖନ ଉପରେ ଅଧିକ ଧ୍ୟାନ ଦେଇପାରନ୍ତି। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି। କର୍ମକ୍ଷେତ୍ରରେ ସଫଳତା ମିଳିବ। ପ୍ରତିଯୋଗିତାରେ ବିଜୟୀ ହେବେ। ବିବାଦୀୟ ଘଟଣାରେ ସରକାରୀ ସହାୟତା ମିଳିପାରେ।
ତୁଳା: ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଶତ୍ରୁର ବିନାଶ ଘଟାଇ ଧନଭୋଗ କରିପାରନ୍ତି। ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ତେଜୀୟାନ୍‌ ହେବେ। ବାହୁରେ ପୀଡ଼ା ଉପୁଜି ପାରେ। ମନରେ ଉଦ୍‌ବେଗ ଜାତ ହେବ।
ବିଛା: କର୍ମଯୋଗୀ ହେବେ। ଆୟର ମାତ୍ରା ବୃଦ୍ଧି ପାଇବ। କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଅଧିକ ଦାୟିତ୍ବ ବହନ କରିପାରନ୍ତି। ପ୍ରଥମେ ସମସ୍ୟା ଉପୁଜିଲେ ବି; ପରେ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିପାରନ୍ତି। ଧନବାନ୍‌ ଓ ଗୁଣଜ୍ଞ ହେବେ।
ଧନୁ: ଉତ୍ସାହିତ ହୋଇ କାର୍ଯ୍ୟ ଚାଲୁ ରଖିବେ। ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇପାରେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ମିଷ୍ଟଭାଷୀ ହୋଇପାରନ୍ତି।
ମକର: ନିର୍ଭରଶୀଳ ନ ହୋଇ ସ୍ବାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସଂପାଦନ କରିବେ। କର୍ମକ୍ଷେତ୍ରରୁ ସଫଳତା ପାଇବେ। ବିଭିନ୍ନ ଦିଗରୁ ସାହାଯ୍ୟ-ସହଯୋଗ ମିଳିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଆଶୀର୍ବାଦ ପ୍ରାପ୍ତ ହେବେ।
କୁମ୍ଭ: ଆରମ୍ଭ କରିଥିବା କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳ ଉଚ୍ଚସ୍ଥାନ ଆରୋହଣରେ ସତର୍କ ରହିବେ। ବହୁବିଧ ଧନ ମିଳିପାରେ।
ମୀନ: ଭାବିଚିନ୍ତି ଯାହା କରିବେ ସେଥିରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ସୁଚାରୁରୂପେ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.