ଶନିବାର ରାଶିଫଳ(୧୬-୦୫-୨୦୨୦)

ମେଷ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତ ହୋଇପାରନ୍ତି।
ବୃଷ: ଅତୀତ ସମସ୍ୟାକୁ ନେଇ ବ୍ୟସ୍ତତା ବଢ଼ି ଯାଇପାରେ। ସୁସମ୍ବାଦ ମିଳିପାରେ। କର୍ମକ୍ଷେତ୍ରକୁ ନିଜ ବୁଦ୍ଧିବଳରେ ଉଳମୟ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେଇପାରେ। ଶୁଭକାର୍ଯ୍ୟ କରିପାରନ୍ତି। ବିବାଦରେ ବିଜୟୀ ହେବେ।
ମିଥୁନ: ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କ ରହିବେ। କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ସଦ୍‌ବ୍ୟବହାର କରି ଜନସଚେତନତା ସୃଷ୍ଟି କରିବେ। ବିବାଦରେ ବିଜୟୀ ହେବେ।
କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଶୁଭକାର୍ଯ୍ୟ ବର୍ଜନୀୟ। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ପଶୁ ଧନାଦିଯୁକ୍ତ ହେବେ। ନୀରୋଗ ରହିବେ।
ସିଂହ: ଲାଗି ରହିଥିବା ବିବାଦର ସୁସମାଧାନ ହୋଇପାରେ। ସୁଖକର ଘଟଣା ମାନ ଘଟିବ। କାର୍ଯ୍ୟରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ରହିଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିବେ।
କନ୍ୟା: ଦୁଃସାହସିକ ପଦକ୍ଷେପ ନେବେ। ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
ତୁଳା: କାର୍ଯ୍ୟରେ ତରବର ନ ହୋଇ ପ୍ରତୀକ୍ଷା କଲେ ସଫଳତା ଲାଭ କରିବେ। ଅର୍ଥ ପ୍ରାପ୍ତିର ସନ୍ଦେଶ ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବେ। ଗୃହ ପରିବେଶ ଶାନ୍ତ ରହିବ।
ବିଛା: କାର୍ଯ୍ୟକ୍ଷେତ୍ରରେ ସୁଚିନ୍ତିତ ମତବ୍ୟକ୍ତ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ତ୍ୟାଗପୁତ ମନୋବୃତ୍ତି ଗ୍ରହଣ କରିପାରନ୍ତି। ନୀତିନିଷ୍ଠ ଓ କର୍ମଠ ହେବେ।
ଧନୁ: ଆଦରି ଥିବା କାର୍ଯ୍ୟରେ ସଫଳତା ଲାଭ କରିବେ। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ।
ମକର: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ସାମାନ୍ୟ ପରିମାଣର ଅର୍ଥାଗମ ହେବ।
କୁମ୍ଭ: ପରିବାର ଓ ଜନସାଧାରଣଙ୍କ କଲ୍ୟାଣଭାଜନ ହେବେ। ସୁଖ-ସନ୍ତୋଷ ଲାଭ କରିବେ। ଭଲ ଆୟ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ରୁଚିକର ଭୋଜନ ମିଳିବ। ପାରିବାରିକ ଚଳଣି ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଚିନ୍ତାଧାରା ମହତ ହେବ।
ମୀନ: ଶୁଭକାର୍ଯ୍ୟରେ ଅର୍ଥ ବ୍ୟୟ କରିବେ। କାର୍ଯ୍ୟ ବିଳମ୍ବିତ ହୋଇପାରେ। ବିବାଦୀୟ ବିତର୍କରେ ଭାଗ ନେଇ ନୀରବ ଦର୍ଶକ ହୋଇପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ମଧୁରଭାଷୀ ଭାବେ ପରକୁ ଆପଣାର କରିବାରେ ସକ୍ଷମ ହେବେ।

Comments are closed.