ଶନିବାର ରାଶିଫଳ ୦୯। ୦୫। ୨୦୨୦

ମେଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ଅସୁଖୀ ହେବେ। ସମସ୍ୟା ଉପୁଜି ପାରେ। ଦ୍ଵିତୀୟ ଭାବରେ ବୁଧ ଓ ଶୁଭ ଅବସ୍ଥାନ କରୁ ଥିବାରୁ ଧନଯୁକ୍ତ, ଧର୍ମଯୁକ୍ତ ଓ ସତ୍ୟାଶ୍ରୟୀ ହେବେ।
ବୃଷ: କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ହେବେ। ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଭାବନା ପବିତ୍ର ହେବ। ପତ୍ନୀଙ୍କ ସହାୟତା ମିଳିବ। ଲଗ୍ନରେ ବୁଧ ଅବସ୍ଥାନ କରୁଥିବାରୁ ରାଜପୂଜା ମିଳିବ। ଧନବାନ୍‌ ହେବେ।
ମିଥୁନ: ସମ୍ମାନିତ ହେବେ। ପ୍ରିୟ ଲୋକଙ୍କ ସାନ୍ନିଧ୍ୟ ମିଳିବ। ସଦ୍‌ଗୁଣର ବିକାଶ ଘଟିବ। ଉନ୍ନତିମୂଳକ କାର୍ଯ୍ୟରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। ଏକାଦଶ ଭାବରେ ରବି ଅବସ୍ଥାନ କରୁଥିବାରୁ ସଙ୍ଗୀତପ୍ରିୟ , ଯଶସ୍ୱୀ ଓ କର୍ମାନୁରକ୍ତ ହେବେ।
କର୍କଟ: ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। ଚଞ୍ଚଳମନା କନ୍ୟା ଦ୍ୱାରା ଉପକୃତ ହେବେ। ସପ୍ତମ ଭାବରେ ସ୍ଵଗୃହୀ ଶୁକ୍ର ଓ ବୁଧ ଏକତ୍ର ଅବସ୍ଥାନ କରୁଥିବାରୁ ଜନସାଧାରଣଙ୍କ ଶ୍ରଦ୍ଧା ଭାଜନ ହେବେ ଓ ଷଷ୍ଠ ଭାବରେ ରବି ଶତ୍ରୁନାଶ କରିବେ।
ସିଂହ: ବ୍ୟବସାୟ ଲାଭଜନକ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପାରିବାରିକ ସୁଖ ମିଳିବ। କୃଷିରୁ ଲାଭ ମିଳିବ। ଯାନବାହନ ସୁଖ ଭୋଗ କରିବେ। କୃଷିରୁ ଲାଭ ମିଳିବ। ଏକାଦଶ ଭାବେ ରାହୁ ଅବସ୍ଥାନ କରୁଥିବାରୁ ଅର୍ଥ ଓ ସମ୍ମାନ ମିଳିବ।
କନ୍ୟା: ସମ୍ମାନିତ ହେବେ। ବନ୍ଧୁ ଦର୍ଶନ ମିଳିବ। ମନ ଫୁର୍ତ୍ତି ରହିବ। ପାରିବାରିକ ସୁଖ ମିଳିବ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। ନବମ ଭାବେ ବୁଧ ଓ ଶୁକ୍ର ଅବସ୍ଥାନ କରୁଥିବାରୁ ପୁଣ୍ୟବାନ୍‌ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ପତ୍ନୀଙ୍କ ଇଚ୍ଛାପୂରଣ କରିବେ।
ତୁଳା: ପରିଶ୍ରମ ଅଧିକ ହେଲେ ବି, ତା’ର ମୂଲ୍ୟ ମିଳିବ। ବାଧା-ବିଘ୍ନର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ଧନାଗମର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ। କେତୁ ତୃତୀୟ ଭାବରେ ଥିବାରୁ ଶତ୍ରୁନାଶ, ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ।
ବିଛା: ପଞ୍ଚ ପରମେଶ୍ୱରଙ୍କ କଲ୍ୟାଣ ଭାଜନ ହେବେ। ସାଧନାରେ ସିଦ୍ଧିଲାଭ କରିପାରନ୍ତି। ବହୁ ଶୁଭଫଳର ଅଧିକାରୀ ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଷଷ୍ଠ ଭାବରେ ରବି ଅବସ୍ଥାନ କରୁଥିବାରୁ ଶତ୍ରୁନାଶ କରିପାରନ୍ତି।
ଧନୁ: ମନରେ ପ୍ରସନ୍ନ ଭାବ ଉଦ୍ରେକ ହୋଇପାରେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଷଷ୍ଠ ଭାବରେ ବୁଧ ଓ ସ୍ଵଗୃହୀ ଶୁକ୍ର ଅବସ୍ଥାନ କରୁଥିବାରୁ ଯାନବାହନ ସୁଖ ମିଳିବ। ଜନପ୍ରିୟ ଓ କାର୍ଯ୍ୟ ଦକ୍ଷ ହେବେ।
ମକର: ନିଜ ଇଚ୍ଛା ଓ ବୁଦ୍ଧି ବଳରେ ଯାହା କରିବେ ସବୁଥିରେ ସଫଳତା ପାଇବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି। ଚନ୍ଦ୍ର ଏକାଦଶ ଭାବରେ ଅବସ୍ଥାନ କରୁଥିବାରୁ ଅର୍ଥ ସହିତ ସରକାରଙ୍କ କୃପାର ପାତ୍ର ହେବେ।
କୁମ୍ଭ: ସମୟ ସହିତ ତାଳ ଦେଇ ଗତି ପଥକୁ ସ୍ଥିର କରିପାରନ୍ତି। ଜନ ସଂପର୍କ ବୃଦ୍ଧି ପାଇବ। ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ। ଦଶମ ଭାବରେ ଚନ୍ଦ୍ର ଅବସ୍ଥାନ ଯୋଗୁଁ ବିଭାଗୀୟ ଅର୍ଥ ମିଳିବ। କୀର୍ତ୍ତିମାନ୍‌ ହେବେ।
ମୀନ: ଶତ୍ରୁମାନଙ୍କୁ ପରାହତ କରିବାରେ ସକ୍ଷମ ହେବେ। ସେବା-ପୂଜାରେ ନିଜକୁ ନିୟୋଜିତ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟର ପରିବର୍ତ୍ତନ ଘଟିବ। ଏକାଦଶ ଭାବରେ ସ୍ଵଗୃହୀ ଶନି ଓ ବୃହସ୍ପତି ଅବସ୍ଥାନ କରୁଥିବାରୁ ପ୍ରାଧାନ୍ୟ ବୃଦ୍ଧି ହେବ।

Comments are closed.