ଶନିବାର ରାଶିଫଳ ୨୨। ୦୨। ୨୦୨୦

ମେଷ: କାର୍ଯ୍ୟରେ ସଫଳତା ପାଇବେ। ସୁସମ୍ବାଦ ଶୁଣି ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: ଦେବ ଦର୍ଶନ ଶୁଭଦାୟକ ହେବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବେ। ଦିନଟି ମଧ୍ୟମ ଧରଣର। ଭକ୍ତିଗାଥା ଶୁଣି ସନ୍ତୋଷ ଲାଭ କରିବେ।
ମିଥୁନ: ଦୈନ୍ୟତା ଦେଖାଦେଇପାରେ। କେବଳ ଯୁଗ୍ମ ବ୍ୟବସାୟରୁ ସ୍ବଳ୍ପ ଲାଭର ସୂଚନା ମିଳୁଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନ ଚଳାଚଳରେ ସତର୍କ ରହିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ମନା।
କର୍କଟ: ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଉତ୍ତମ ଭୋଜନରେ ଆନନ୍ଦ ଉପଭୋଗ କରିବେ।
ସିଂହ: ଧୈର୍ୟ୍ୟବାନ୍‌ ହେବେ। ନିର୍ଭୟରେ ଆଗକୁ ମାଡ଼ି ଚାଲିବାକୁ ପଡ଼ିବ। ଶୁଭ ଖବର ପାଇ ଆତ୍ମହରା ହେବେ। ଶୁଭକାର୍ଯ୍ୟ କରଣୀୟ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରିବେ।
କନ୍ୟା: କାର୍ଯ୍ୟ ମନ୍ଥର ଗତିରେ ଆଗକୁ ବଢ଼ିବେ। ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଦିନ ଭିତରେ ମିଶ୍ରିତ ଫଳ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ତୁଳା: ପରିସ୍ଥିତିକୁ ଆୟତ୍ତ କରିବା ଚେଷ୍ଟା କଷ୍ଟକର ହୋଇପାରେ। ଦ୍ରବ୍ୟ ଚୋରି ହେବାର ସମ୍ଭାବନା ଅଛି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ସତର୍କତାର ଦିନ।
ବିଛା: କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଓ ମାର୍ଗ ଉନ୍ମୁକ୍ତ ରହିଛି। ଦେବଦର୍ଶନ ଶୁଭଦାୟକ ହେବ। ବିଭାଗୀୟ ଲାଭ ମିଳିବ।
ଧନୁ: ଆଶାବାଦୀ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଲେ ବି ତାକୁ ପ୍ରତିହତ କରିବାର କ୍ଷମତା ଓ କୌଶଳ ଆପଣଙ୍କ ଠାରେ ରହିଛି। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ଅଛି।
ମକର: ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ଝାମେଲାରେ ପଡ଼ିପାରନ୍ତି। ରୋଜଗାରକ୍ଷମ ହେବେ। ଭଲ ଆୟ ହେବ। ଉତ୍ତମ ଭୋଜନ ଓ ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ମହତ ହେବ।
କୁମ୍ଭ: ଅଧିକ ବ୍ୟୟ କରିପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ହେବା ଭଲ। ନାନା ସୁଖର ଅଧିକାରୀ ହୋଇପାରନ୍ତି। ଯଶ ଅର୍ଜନ କରିବାରେ ସଫଳ ହେବେ। ଶତ୍ରୁ ବିଜୟୀ ଓ ଦାନଶୀଳ ହେବେ।
ମୀନ: କର୍ମବୀରର ପରିଚୟ ଦେବେ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମଧ୍ୟମ ଫଳ ମିଳିବ।

Comments are closed.