ଶନିବାର ରାଶିଫଳ

ମେଷ: ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ। କଳହଠାରୁ ଦୂରେଇ ରହିବାକୁ ଚେଷ୍ଟ କରିପାରନ୍ତି। ବିଭିନ୍ନ ସ୍ତରରୁ ସାହାଯ୍ୟ ପାଇ ଆୟ ବୃଦ୍ଧି କରିବେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ହେବ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ।
ବୃଷ: ପରିବେଶରୁ ଲାଭବାନ୍‌ ହେବେ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ବନ୍ଧୁ ପ୍ରାପ୍ତି ସହ ଯାନବାହନ ଲାଭ ହୋଇପାରେ। ବିଳାସ ବ୍ୟସନ କରିପାରନ୍ତି। ଆନନ୍ଦ ଉପଭୋଗ କରିବେ। ଗୁଣଜ୍ଞ ଓ ସୁଖୀ ହୋଇପାରନ୍ତି।
ମିଥୁନ: ଶତ୍ରୁମାନେ ଅବଦସ୍ତ ହୋଇ ପଛକୁ ଫେରି ଯିବେ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସମାଜ ସେବା ପ୍ରତି ମନ ବଳାଇବେ। ବିଭିନ୍ନ ଦିଗରୁ ଧନାଗମ ହେବ।
କର୍କଟ: ଚାକିରି କ୍ଷେତ୍ରରେ ପ୍ରଶଂସନୀୟ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସରକାରୀ ଓ ବନ୍ଧୁ ସହାୟତା ପାଇ ଲାଭବାନ୍‍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆ ବନ୍ଧୁ ଜୁଟିବେ।
ସିଂହ: ଠାକୁରଙ୍କ ଦର୍ଶନ ଲାଭ କରି ଆନନ୍ଦ ଅନୁଭବ କରିବେ। ପ୍ରତାରିତ ହୋଇପାରନ୍ତି। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ଜନସାଧାରଣଙ୍କ ପ୍ରିୟ ଭାଜନ ହେବେ। ଚକ୍ଷୁ ପୀଡ଼ା ଅନୁଭବ କରିବେ। କାର୍ଯ୍ୟରେ ବାଧା-ବିଘ୍ନ ଉପୁଜିବାର ସୂଚନା ମିଳୁଛି।
କନ୍ୟା: ଧୀର-ସ୍ଥିର ଭାବେ କାର୍ଯ୍ୟ କରି ସଫଳତା ପାଇବେ। ମୂଲ୍ୟବାନ ଦ୍ରବ୍ୟ ଲାଭ କରିବେ। ଆନନ୍ଦ ଉଲ୍ଲାସରେ ଦିନଟି ବିତାଇ ପାରନ୍ତି। ନାନାବିଧ ସମ୍ମାନରେ ଅଧିକାରୀ ହେବେ। ଯାନ-ବାହନ ଲାଭ ହେବ। କୀର୍ତ୍ତିମାନ୍‍ ହେବେ। ଗୁଣବାନ୍‍ ହୋଇପାରନ୍ତି।
ତୁଳା: ଜମି-ବାଡି କିଣିବାର ସୁଯୋଗ ଅଛି। ପରିଶ୍ରମର ମୂଲ୍ୟାଙ୍କନ ହେବ। ଅର୍ଥ ପ୍ରାପ୍ତ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ସୁଖ-ସନ୍ତୋଷ ଲାଭ କରିବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି।
ବିଛା: ବିପଦ ଦୂରେଇ ଯିବ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରନ୍ତି। ମନ ଫୂର୍ତ୍ତି ରହିବ। ପ୍ରତିଶ୍ରୁତି ପାଳନ କରିବେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଯଶ ଅର୍ଜନ କରି ସୁଖୀ ହେବେ।
ଧନୁ: ସାମୂହିକ କାର୍ଯ୍ୟରେ ଆଗକୁ ବଢ଼ିବେ। ଧନକ୍ଷୟ ହୋଇପାରେ। ଅଯଥା ବ୍ୟୟ ହେବ। ବିବାଦର ସୂତ୍ରପାତ ହୋଇପାରେ। ସ୍ୱାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବେ।
ମକର: ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ଆତ୍ମୀୟମାନଙ୍କ ସହଯୋଗ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ବନ୍ଧୁମେଳରେ ଦିନ ବିତାଇ ସୁଖ ଅନୁଭବ କରିବେ।
କୁମ୍ଭ: ସାମୂହିକ କାର୍ଯ୍ୟରେ ଆଗକୁ ବଢ଼ିପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଶାନ୍ତି ଓ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଗୃହ ପାଇଁ ବହୁ ଶୁଭଫଳ ଆଶା କରାଯାଏ।
ମୀନ: କାର୍ଯ୍ୟରେ ଅସୁବିଧା ଉପୁଜି ପାରେ; ମାତ୍ର ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ମନ, ଆନନ୍ଦ ଉଲ୍ଲାସରେ ଭରି ଉଠିବ। ବାକ୍‍ପଟୁତା ପାଇ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ।

Comments are closed.