ଶନିବାର ରାଶିଫଳ(୦୧.୦୨.୨୦)

ମେଷ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଭଲ ଆୟ ହେବ। ଐଶ୍ବର୍ଯ୍ୟଯୁକ୍ତ ହେବେ। ବ୍ୟବସାୟମୁଖୀ ହୋଇପାରନ୍ତି। ଯୁଦ୍ଧକ୍ଷେତ୍ରରେ ବୀରତ୍ବ ପ୍ରକାଶ କରିବେ। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ।
ବୃଷ: ଥଣ୍ଡା-କଫଜନିତ ପୀଡ଼ା ଭୋଗ କରିବେ। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତରେ ରହିବାକୁ ଇଚ୍ଛା କରିବେ। ଚକ୍ଷୁପୀଡ଼ା ଉପୁଜି ପାରେ। ମଧୁର ଭାଷା ପ୍ରୟୋଗ କରି ପରକୁ ଆପଣାର କରିପାରନ୍ତି। ଏଥିପାଇଁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ସାହସୀ ଓ ଜ୍ଞାନୀ ହେବେ।
ମିଥୁନ: ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀ ସ୍ତରରେ ସମ୍ମାନିତ ହେବେ। ପତ୍ନୀ ସୁଶୀଳା ହୋଇପାରନ୍ତି।
କର୍କଟ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। କୁଳ ଉଜ୍ଜ୍ୱଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ।
ସିଂହ: ସୌଜନ୍ୟତା ପ୍ରକାଶିତ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ଦିନଟି ଭୋଗ-ବିଳାସରେ ବିତାଇପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଧର୍ମାତ୍ମା, ପ୍ରବାସପ୍ରିୟ, ବିଦ୍ୱାନ୍‍ ଓ ସାହସୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ପ୍ରାପ୍ତ ହେବେ।
କନ୍ୟା: ସୁଖ ମିଳିବା କଷ୍ଟସାଧ୍ୟ ହେବ। ସ୍ୱାଭିମାନୀ ହୋଇପାରନ୍ତି। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଜଳଯାତ୍ରା ନ କରିବା ଭଲ ହେବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। କୃଷିରୁ ଲାଭ ହେବ। ସୁଖୀ ଓ ବିଳାସୀ ହେବେ। ସମ୍ମାନ, ଧନ, ଯାନ-ବାହାନାଦି ସୁଖଭୋଗ କରିପାରନ୍ତି।
ତୁଳା: ମିତ୍ରମାନଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ମନରେ ଅହଂଭାବର ଅଭ୍ୟୁଦୟ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶକୁ ମାନିଲେ ସଫଳତା ମିଳିବ।
ବିଛା: କୌଣସି ଏକ ବିଶେଷ କାରଣରୁ କ୍ରୋଧିତ ହୋଇପାରନ୍ତି। ଚକ୍ଷୁରେ ସାମୟିକ ଭାବେ ସ୍ୱଳ୍ପ ଯନ୍ତ୍ରଣା ଭୋଗ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧାଭାବ ରହିବ। ସୁସ୍ଥ ଓ ନିରାମୟ ରହିବ। ବଳିଷ୍ଠ ଓ ଶତ୍ରୁହନ୍ତା ହେବା ଆଶାକରାଯାଏ।
ଧନୁ: ଅର୍ଥ ପାଇଁ ଚିନ୍ତାଗ୍ରସ୍ତ ଥିବାବେଳେ ହଠାତ୍‍ କିଛି ଅର୍ଥ ପ୍ରାପ୍ତି ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଚଞ୍ଚଳ ପ୍ରକୃତିର ହେବେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ଆଗ୍ରହ ପ୍ରକାଶ କରିବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଧାର୍ମିକ ଓ ତେଜସ୍ୱୀ ହେବେ।
ମକର: କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସୁସ୍ଥ ଓ ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଅତୁଟ ରହିବ। କୃଷି କର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ବୁଦ୍ଧିମାନ୍‍ ହେବେ।
କୁମ୍ଭ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ମନ ପ୍ରସନ୍ନ ରହିବ। ଆସ୍ତିିକ ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମକୁ ଶ୍ରେଷ୍ଠଧର୍ମ ଭାବେ ବିବେଚିତ କରିବେ। ପ୍ରେମୀ ଓ ସାହସୀ ହେବେ। ବୁଦ୍ଧିମାନ ହୋଇପାରନ୍ତି। ସାନ ଭାଇମାନଙ୍କ ଠାରୁ ଆଦର ସମ୍ମାନ ମିଳିବ।
ମୀନ: ଅନ୍ୟର ଅନୁରୋଧ ରକ୍ଷା କରିପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ପରଦେଶବାସୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ଏକପତ୍ନୀ ବ୍ରତ ଧାରଣ, ସ୍ତ୍ରୀ ବିଳାସୀ ମିତ୍ର ସୁଖ ମିଳିବ।

Comments are closed.