ଶନିବାର ରାଶିଫଳ

ମେଷ: ମାନସିକ ସ୍ତରରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିଶ୍ରମର ସମ୍ମୁଖୀନ ହେଲେ ବି ତା’ର ମୂଲ୍ୟ ମିଳିବ। ପରୋପକାରୀ ହେବେ। ମନରେ ସେବା ଭାବନା ଜାଗ୍ରତ ହେବ। ଉଦାର ଚିତ୍ତ ହୋଇପାରନ୍ତି। ପ୍ରସିଦ୍ଧି ଲାଭ କରିବେ। ଧର୍ମାଶ୍ରିତା ହୋଇପାରନ୍ତି।
ବୃଷ: ଅଜାଣତରେ କ୍ଷତି ସହି ପାରନ୍ତି। ପରାମର୍ଶ ନେଇ କାର୍ୟ୍ୟ କଲେ ସଫଳତା ମିଳିବ। କାର୍ୟ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଶତ୍ରୁ ଭାବ ବୃଦ୍ଧି ହେଲେ ବି କିଛି ଅନିଷ୍ଟ ହେବ ନାହିଁ। ସ୍ବଳ୍ପ ପରିମାଣର ଧନ ଲାଭ ହୋଇପାରେ। ଅସଦ୍‌ ଉପାୟରେ ଧନଲାଭ ହେବ।
ମିଥୁନ: ମାନସିକ ଅଶାନ୍ତିର ସୁଧାର ଆସିବ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ପେଟପୁରା ଭୋଜନ ମିଳିଲେ ବି ପାରିବାରିକ ସୁଖ ମିଳିବ। ନୂଆ ସମ୍ପର୍କ ରଖିଥିବା ବନ୍ଧୁଙ୍କ ସହିତ କିଛି ସମୟ ପାଇଁ ବାର୍ତ୍ତାଳାପ ହେବ।
କର୍କଟ: ତୀର୍ଥଯାତ୍ରା ପାଇଁ ସୁଯୋଗ ମିଳିବ। ପ୍ରତାରିତ ହୋଇପାରନ୍ତି। କୌଶଳରେ କାର୍ୟ୍ୟ ହାସଲ କରିବେ। ଦେବଦର୍ଶନ କରି ଆତ୍ମତୃପ୍ତି ଲାଭ କରିବେ। ଭୋଜନ ସୁଖ ମିଳିବ। ଖର୍ଚ୍ଚାନ୍ତ ହୋଇ ଅତିଥି ସର୍କାର ପାଇଁ ବ୍ୟସ୍ତ ରହିବେ। ମଧୁରଭାଷୀ ହେବେ।
ସିଂହ: କର୍ମ ଅନୁସାରେ ଫଳପ୍ରାପ୍ତ ହେବେ; ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। କାର୍ୟ୍ୟକ୍ଷେତ୍ର ଉଳମୟ ହୋଇପାରେ।
କନ୍ୟା: ପରିସ୍ଥିତିକୁ ଆକଳନ କରି ଉଦାସିନ ରହିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡ଼ିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ନୈତିକତା ବୃଦ୍ଧି ହୋଇପାରେ। ମାନ୍ୟତାପ୍ରାପ୍ତ ହେବେ। ବ୍ୟବସାୟ ଲାଭଜନକ ହେବ।
ତୁଳା: ଶତ୍ରୁତାରୁ ରକ୍ଷା ପାଇବେ। ସେବା-ପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ଧର୍ମ-କର୍ମ ସଂପାଦନ କରିପାରନ୍ତି। ଚିତ୍ତ ସନ୍ତୁଷ୍ଟ ହେବ। ବନ୍ଧୁତା ସୁଦୃଢ଼ ହେବ। ନାନା ସୁଖର ଅଧିକାରୀ ହେବେ। ପ୍ରିୟବତୀଙ୍କ ସହିତ ଅଧିକ ସଂପର୍କ ଗଠିତ ହେବ।
ବିଛା: ସାମାନ୍ୟ କାରଣରୁ ଉପୁଜିଥିବା ଦ୍ବନ୍ଦ୍ବର ଅବସାନ ଘଟିବ। ନିଜର ସ୍ବାଭିମାନ ଅଧିକ ବଳବତ୍ତର ହେବ। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ। ଅଷ୍ଟମଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କ ରହିବେ।
ଧନୁ: ସଫଳତାର ସ୍ବାଦ ଚାଖି ପାରନ୍ତି। କାର୍ୟ୍ୟର ସଫଳ ରୂପାୟନ କରି ପ୍ରଶଂସା ଲାଭ କରିବେ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ପରୋପକାର କରିପାରନ୍ତି। ଆର୍ଥିକ ସ୍ଥିତିରେ ଢ଼େର ଉନ୍ନତି ଘଟିବ।
ମକର: ଋଣମୁକ୍ତ ହେବା ଆଶାକରାଯାଏ। ବେଳେବେଳେ ନିଜକୁ ଅସହାୟ ମନେ କରିପାରନ୍ତି। ପ୍ରସନ୍ନତା ଲାଭ କରିବେ। କର୍ମ ଚଞ୍ଚଳତା ପ୍ରକାଶ ପାଇବ। ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସୂଚନା ମିଳୁଛି। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ସୁଖପ୍ରାପ୍ତ ହେବେ।
କୁମ୍ଭ: ଆୟ ଠାରୁ ବ୍ୟୟ ଅଧିକ ହୋଇପାରେ। ଦିନ ସାରା କାର୍ୟ୍ୟବ୍ୟସ୍ତ ରହିପାରନ୍ତି। ସନ୍‌ମାର୍ଗୀ ହେବେ। ବିଦୁଷୀ ବ୍ୟକ୍ତିଭାବେ ପରିଗଣିତ ହେବେ। ବହୁମିତ୍ରଜନଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ। ନିଷ୍ଠା ଓ ଉତ୍ସାହପ୍ରଦ ଭୂମିକା ଗ୍ରହଣ କରିପାରନ୍ତି।
ମୀନ: ବିପଦରୁ ଉଧୁରି ଯିବେ। ଦ୍ରବ୍ୟ ନଷ୍ଟର ଆଶଙ୍କା ଅଛି। କୃଷିକର୍ମରେ ନିୟୋଜିତ ହୋଇପାରନ୍ତି। ଗୁରୁକୁଳ ଆଶ୍ରୟ ନେଇ ଚାକିରି କ୍ଷେତ୍ରରେ ନିଜକୁ ମହାନ୍‌ କରି ଗଢ଼ିତୋଳିପାରନ୍ତି। ଅବସ୍ଥା ଚକ୍ରରୁ ଉଧୁରି ଲୋକଙ୍କ ଶ୍ରଦ୍ଧାଭାଜନ ହେବେ।

Comments are closed.