ଶନିବାର ରାଶିଫଳ (୧୨-୦୯-୨୦୨୦)

ମେଷ: ଶ୍ରମ ସାର୍ଥକ ହେବ। ଆୟ ବୃଦ୍ଧିର ସୂଚନା ମିଳୁଛି। ପ୍ରସନ୍ନତା ଲାଭ କରିବେ। ଚିନ୍ତାଧାରା ମହତ୍‍ ହେବ। ଉତ୍ତମ ଗୁଣର ଆଧାର ହେବେ। ନୀତିନିଷ୍ଟ ହୋଇପାରନ୍ତି। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ।

ବୃଷ: ସତ୍‍ପୁତ୍ର ଲାଭର ସୂଚନା ମିଳୁଛି। ଧର୍ମର ରକ୍ଷକ ହୋଇପାରନ୍ତି। ରାଜ୍ୟଭୋଗ କରିବେ। ଶ୍ରେଷ୍ଠାସନ ଲାଭ କରିବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଆଖିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ସହିଷ୍ଣୁ ହେବେ।

ମିଥୁନ: ଶତ୍ରୁ ବିଜେତା ହେବେ। ନିର୍ଭରଶୀଳ ନ ହୋଇ ସ୍ୱ ଚିନ୍ତାଧାରାକୁ ଆଧାର କରି କାର୍ଯ୍ୟ ସଂପାଦନ କରିବେ। ରୋଜଗାର ସ୍ୱଳ୍ପ ପରିମାଣର ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

କର୍କଟ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିବାକୁ ପଡ଼ିବ। ମନରେ ସେବା ଭାବନା ଜାଗ୍ରତ ହେବ। ଭାଗ୍ୟଶାଳୀ ହେବେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସୁଖୀ ହେବେ।

ସିଂହ: ପ୍ରତ୍ୟେକ କାର୍ଯ୍ୟର ଅଗ୍ରଗତି କରାଇବାରେ ସକ୍ଷମ ହେବେ। ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସମ୍ମାନିତ ହେବେ। ପଦୋନ୍ନତି ମିଳିପାରେ। ଯାନବାହନ ସୁଖ ମିଳିବ। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିପାରନ୍ତି।

କନ୍ୟା: ବିଭାଗୀୟ ଅର୍ଥ ମିଳିବ। ପ୍ରଦୂଷଣମୁକ୍ତ ଗୃହରେ ବସତି ସ୍ଥାପନ କରିପାରନ୍ତି। କୀର୍ତ୍ତିମାନ ହେବେ। ବହୁ ବିଧ ଧନପ୍ରାପ୍ତିର ସୂଚନା ମିଳୁଛି। ସ୍ୱାଭିମାନୀ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।

ତୁଳା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଧନବାନ୍‍ ହେବେ। ଭାଗ୍ୟଶାଳୀ ହେବେ। ସ୍ତ୍ରୀ, ପୁତ୍ର, ପ୍ରୀତିଯୁକ୍ତ ହୋଇପାରନ୍ତି। ପ୍ରିୟଭାଷୀ ହୋଇପାରନ୍ତି। ଯାନବାହନଯୁକ୍ତ ହେବେ। ସୁବର୍ଣ୍ଣ ସଂପଦର ଅଧିକାରୀ ହେବେ।

ବିଛା: କର୍ମାଭିମୁଖୀ ହେବେ। ଧନଯୁକ୍ତ ହୋଇପାରନ୍ତି। ନିତ୍ୟାନନ୍ଦଯୁକ୍ତ ହେବେ। ଗୁଣବାନ୍‍ ହୋଇପାରନ୍ତି। ବହୁବିଦ୍ୟା ପାରଙ୍ଗମ ହେବେ। ଦେବ, ଗୁରୁ, ଦ୍ୱିଜ ଭକ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ସତର୍କ ରହିବେ।

ଧନୁ : ସୁଖ-ସନ୍ତୋଷ ଲାଭ କରିପାରନ୍ତି। କର୍ତ୍ତବ୍ୟ-ପରାୟଣ ହେବେ। ପାରିବାରିକ ସୁଖ ମିଳିବ। ବନ୍ଧୁ ମିଳନ ଘଟିବାର ସୂଚନା ମିଳୁଛି। ବ୍ୟବସାୟ ଭଲରେ ଚାଲିବ। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିିର ହେବ।

ମକର: ଦୂରଯାତ୍ରା ଯୋଗ ଅଛି। ଆଶାବାଦୀ ହେବେ। ମୂଲ୍ୟବାନ୍‍ ଦ୍ରବ୍ୟଲାଭର ସୂଚନା ମିଳୁଛି। ଆନନ୍ଦ ଉତ୍ସବରେ ସଂଯୁକ୍ତ ହୋଇପାରନ୍ତି। ଧନଶାଳୀ ହେବେ। ସ୍ତ୍ରୀ, ପୁତ୍ର ପ୍ରୀତିଯୁକ୍ତ ହେବେ। ପରୋପକାରୀ ହେବେ।

କୁମ୍ଭ: ଲୋଭ ପରିତ୍ୟାଗ କରି ଏକ ଉଦାହରଣ ସୃଷ୍ଟି କରିବେ। ଶତ୍ରୁ ଆପଣଙ୍କ ପ୍ରତିଭା ପାଖରେ ମୁଣ୍ଡ ନୁଅାଁଇ ପାରେ। ଧୈର୍ଯ୍ୟବାନ୍‍ ହେବେ। କାର୍ଯ୍ୟଧାରା ସଠିକ୍‍ ମାର୍ଗରେ ପରିଚାଳନା କରିପାରନ୍ତି। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି।

ମୀନ: ଚିନ୍ତାଗ୍ରସ୍ତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ସାହାଯ୍ୟ ପ୍ରାପ୍ତ ହେବାର ସୂଚନା ମିଳୁଛି। ଆଶାଫଳବତୀ ହେବ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଦାନୀ ଓ ଧନୀ ହେବେ।

Comments are closed.