ଶନିବାର ରାଶିଫଳ

0

ମେଷ: ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତି ଉଚ୍ଚ ମହଲରେ ପରିଚିତ ହେବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ଅର୍ଥ ଓ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସମ୍ମାନିତ ହେବେ। ଦ୍ୱିଜା ନକ୍ଷତ୍ରର ସାମାନ୍ୟ ଶୁଭ।
ବୃଷ: କୃର୍ତ୍ତିକା ଓ ରୋହିଣୀ ନକ୍ଷତ୍ରଜାତ ବ୍ୟକ୍ତି କାର୍ଯ୍ୟରେ ଗ୍ଳାନି ଦେଖାଦେଇ ପାରେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଗୃହସୁଖ ମିଳିବ। ମୃଗଶିରାର ସମଫଳ।
ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତି ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ସର୍ବ ସୁଖ ଆଶା କରାଯାଏ। ଦାତା ଭୋକ୍ତା, ଗୁଣବାନ ଧନୀ ଓ ମାନୀ ହେବେ। ପନବର୍ସୁର ସାମାନ୍ୟ ଶୁଭ।
କର୍କଟ: ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତି ପ୍ରତିଯୋଗିତାରେ ଭାଗ ନେଇ କୃତକାର୍ଯ୍ୟ ହେବେ। ମନୋବଳ ଦୃଢ଼ ରହିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଅନ୍ୟର ମଙ୍ଗଳ କାମନା କଲେ ନିଜେ ଉପକୃତ ହେବେ। ପନବର୍ସୁ ଓ ଅଶ୍ଳେଷାର ସାମାନ୍ୟ ଶୁଭ।
ସିଂହ: ମଘା ଓ ଉତ୍ତରା ଫାଲଗୁନୀ ନକ୍ଷତ୍ର ଜାତବ୍ୟକ୍ତି ଆବଶ୍ୟକ ସହାୟତା ପାଇବେ। ଚିନ୍ତାଧାରା ମହତ ହେବ। ଅର୍ଥ ଉପାର୍ଜନ କରି ସୁଖ ଅନୁଭବ କରିବେ। ପୂର୍ବା ଫାଲଗୁନି ନକ୍ଷତ୍ର ବ୍ୟକ୍ତିଙ୍କୁ ସାମାନ୍ୟ ଶୁଭଫଳ ମିଳିବ।
କନ୍ୟା: ଉତ୍ତରା ଫାଲଗୁନି ଓ ହସ୍ତା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଆୟ ଆଶାନୁରୂପ ହେବ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ। ଚିତ୍ରା ନକ୍ଷତ୍ର ଜାତ କ୍ୟକ୍ତି ଆଶ୍ବସ୍ତ ହେବେ।
ତୁଳା: ସ୍ବାତି ନକ୍ଷତ୍ର ଜାତବ୍ୟକ୍ତି ପୂର୍ବାହ୍ଣ ତୁଳନାରେ ଅପରାହ୍ଣର ଆୟ କମ୍ ହୋଇପାରେ। ଏତଦ୍‌ବ୍ୟତୀତ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। ମଧୁର ସମ୍ଭାଷଣରେ ପଡ଼ୋଶୀଙ୍କୁ ନିଜର ବଶ କରି ତାଙ୍କ ଠାରୁ କାର୍ଯ୍ୟ ହାସଲ କରିବେ।
ବିଛା: ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କଳ୍ପନା ଫଳବତୀ ହେବ। ସ୍ବଳ୍ପ ଆୟର ସୂଚନା ମିଳୁଛି। ଦୀର୍ଘ ଦିନର ଅଶାପୂର୍ଣ୍ଣ ହେବ। ଧନ, ମାନ, ସୁଖ, ସମ୍ଭୋଗ ସବୁ କିଛି ମିଳିବ। ବିଶାଖା ଓ ଜ୍ୟେଷ୍ଠା ନକ୍ଷତ୍ରର ସାମାନ୍ୟ ଶୁଭଫଳ।
ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଅର୍ଥ ମିଳିବ। ସରକାରଙ୍କ କୃପାପାତ୍ର ହେବେ। କୀର୍ତ୍ତି ସ୍ତମ୍ଭ ସ୍ଥାପନ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିବେ। ପୂର୍ବାଷାଢ଼ାର ସାମାନ୍ୟ ଫଳ।
ମକର: ଉତ୍ତରାଷାଢ଼ା ଓ ଶ୍ରାବଣା ନକ୍ଷତ୍ର ଜାତବ୍ୟକ୍ତି ଭାଗୁଆଳୀ ବ୍ୟବସାୟରୁ ଲାଭ ପାଇବେ। ସ୍ବାଭିମାନୀ ହୋଇପାରନ୍ତି। ଅଧିକ ଦାୟିତ୍ବ ବହନ କରିପାରନ୍ତି। ଧନିଷ୍ଠା ନକ୍ଷତ୍ର ଜାତବ୍ୟକ୍ତିଙ୍କୁ ସତର୍କରେ ଚଳିବାକୁ ପଡ଼ିବ।
କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ବନ୍ଧୁମେଳରେ ସମୟ ଅତିବାହିତ କରି ଆନନ୍ଦ ଅନୁଭବ କରିବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ହେବେ। ନୀତିନିଷ୍ଠ ଓ ଧର୍ମପରାୟଣ ହେବେ। ପୂର୍ବଭାଦ୍ର ଓ ଧନିଷ୍ଠା ନକ୍ଷତ୍ର ପତ୍ନୀଙ୍କ ଅଧୀନ ହେବେ।
ମୀନ: ଉତ୍ତରଭାଦ୍ର ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ବନ୍ଧୁ ମିଳନ ଘଟିପାରେ। କର୍ମକ୍ଷେତ୍ର ଉତ୍ସାହବୋଧ ହେବ। ଦେବ ଦର୍ଶନର ସୁଯୋଗ ଅଛି। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ପୂର୍ବ ଭାଦ୍ରପଦ ଓ ରେବତୀ ନକ୍ଷତ୍ର ଜାତବ୍ୟକ୍ତି ବଳବାନ ହେବେ।

Leave A Reply