ଶନିବାର ରାଶିଫଳ

ମେଷ: ଉତ୍ସବାଦିରେ ଯୋଗଦେଇ ଖୁସି ହେବେ। ଗତିରୋଧର ସମ୍ମୁଖୀନ ହୋଇପାରନ୍ତି। ମନରେ ଉଦ୍‍ବେଗ ଜାତ ହୋଇପାରେ। ସତ୍‍କର୍ମରେ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଲୋକମାନଙ୍କ ଶ୍ରଦ୍ଧାର ପାତ୍ର ହେବେ। ଭୋଗୀ ହେବେ।
ବୃଷ: କର୍ମକ୍ଷେତ୍ର ଉତ୍ସାହଜନକ ହେବ। ବନ୍ଧୁ ସୁଖ ମିଳିବ। ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ସନ୍ତୋଷ ଲାଭ କରିବେ। ସତ୍‍କ୍ରିୟାରୁ ଧନ ମିଳିବ। ସମ୍ମାନିତ ହେବେ। ପ୍ରସନ୍ନତା ମିଳିବ।
ମିଥୁନ: କର୍ମତତ୍ପରତା ପ୍ରକାଶ ପାଇବ। ଉତ୍ସାହିତ ଲୋକ କାର୍ଯ୍ୟ ସଂପାଦନ କରିବେ। ସଦ୍‍ବ୍ୟୟ କରି ଆତ୍ମସନ୍ତୋଷ ଲାଭ କରିବେ। କାର୍ଯ୍ୟରେ ସଫଳତା ମିଳିବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ସରକାରୀ କୃପା ଲାଭ କରିବେ। କୀର୍ତ୍ତିମାନ୍‍ ହେବେ।
କର୍କଟ: ପରୋପକାରୀ ହେବେ। ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି। କଳ୍ପନା ବିଳାସୀ ହେବେ। ସମାଜ ସେବା ପ୍ରତି ମନ ବଳାଇ ପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତିର ଅଭିବୃଦ୍ଧି ଘଟିବ।
ସିଂହ: ଅସୁସ୍ଥତା ଅନୁଭବ କରିପାରନ୍ତି। ମନରେ ବିରକ୍ତଭାବ ଉଦ୍ରେକ ହୋଇପାରେ। ଖର୍ଚ୍ଚାନ୍ତ ହେବେ। ସମର୍ଥକ ମାନେ ଓହରି ଯାଇପାରନ୍ତି। ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ। ମାନସିକ ଅଶାନ୍ତି ଦୂର ହେବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କତା ଆବଶ୍ୟକ।
କନ୍ୟା: ଗୃହରେ ଜଞ୍ଜାଳ ବୃଦ୍ଧି ହେଲେ ବି ତାହା ସୁଖଦାୟକ ହେବ। ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ଅର୍ଥ ଲାଭର ସୁଯୋଗ ଅଛି। ଦ୍ରବ୍ୟ ଲାଭ ହୋଇପାରେ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ପତି-ପତ୍ନୀଙ୍କ ସ୍ନେହ-ମମତା ଆଦର୍ଶମୂଳକ ହେବ।
ତୁଳା: ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି। ଶତ୍ରୁ ଉପରେ କଡ଼ା ନଜର ରଖିଲେ ବିପଦମୁକ୍ତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସ୍ଥ ନିରାମୟ ଜୀବନଯାପନ କରିବେ। ବଳିଷ୍ଠ ଓ ଶତ୍ରୁ ହନ୍ତା ହେବେ। ସନ୍‍ମାର୍ଗୀ ହେବେ। ସୁଖ ମିଳିବ।
ବିଛା: ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବିଚାର-ବିମର୍ଷ ଦ୍ୱାରା କାର୍ଯ୍ୟ କଲେ ସଫଳତା ମିଳିବ। ବସ୍ତ୍ର-ଭୂଷଣ ଲାଭ ହୋଇପାରେ। ବାଧାବିଘ୍ନର ସମ୍ମୁଖୀନ ହୋଇ ବି, କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ।
ଧନୁ: ଉପୁଜିଥିବା ଜଟିଳ ସମସ୍ୟାର ସୁସମାଧାନ ହେବ। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ଧର୍ମ ପରାୟଣ ହେବେ। ମଧୁର ସମ୍ଭାଷଣରେ ଜନତାଙ୍କୁ ବଶ କରି ପାରନ୍ତି। ସର୍ବାଙ୍ଗୀନ ଉନ୍ନତି ହେବ। ସାମାଜିକ ସ୍ୱିକୃତି ମିଳିବ।
ମକର: ଚାପରେ ପଡ଼ି କାର୍ଯ୍ୟ କରିବାକୁ ବାଧ୍ୟ ହେବେ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି। ଯଶସ୍ୱୀ ହେବେ। ବିବାଦରେ ବିଜୟୀ ହେବେ। ସରକାରଙ୍କ ଦୟାର ପାତ୍ର ହୋଇପାରନ୍ତି। କରିତ୍‍କର୍ମା ହେବେ।
କୁମ୍ଭ: ଯୋଜନା କାର୍ଯ୍ୟକାରୀ ହେବ; ମାତ୍ର ବିଳମ୍ବିତ ହୋଇପାରେ। ସାଧନାରେ ସିଦ୍ଧିଲାଭ କରିବେ। ଦେଖାଦେଇଥିବା ବିପଦ ଦୂର ହେବ। ଭାଗ୍ୟଶାଳୀ ହେବେ। ଧନାଗମ ହେବାର ସୂଚନା ମିଳୁଛି। ଚଞ୍ଚଳମନା ହେବେ। ସହିବା ଗୁଣ ଅଧିକ ରହିବ।
ମୀନ: ପାରିବାରିକ ଜୀବନ ସୁଖ-ଶାନ୍ତି ପୂର୍ଣ୍ଣ ହେବ। ଶ୍ରୀଚନ୍ଦ୍ର ଭୋଗ ହେତୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ-ରୋଜଗାର ଖୁବ୍‌ ଭଲ ହେବ। ସରକାରୀ କିମ୍ବା ବନ୍ଧୁ ସହାୟତା ଲାଭବାନ୍‍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

Comments are closed.