ଶନିବାର ରାଶିଫଳ (୦୧.୦୮.୨୦୨୦)

ମେଷ: ସେବା ମନୋଭାବ ଗ୍ରହଣ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ତ୍ତବ୍ୟନିଷ୍ଠ ହେବେ। ଶତ୍ରୁପକ୍ଷ ଆପଣଙ୍କ ନିକଟରେ ମୁଣ୍ଡ ନୁଆଇଁ ପାରନ୍ତି। ଧନ-ଧାନ୍ୟ ଲାଭର ସୌଭାଗ୍ୟ ଅଛି। ଜନବଲ୍ଲଭ ଓ ସୁଖୀ ହେବେ।
ବୃଷ: ଅର୍ଥ ଆଶାକରି ବିଘ୍ନ ଉପୁଜି ପାରେ। ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି। ସନ୍ମାର୍ଗୀ ଓ ପ୍ରିୟଭାଷୀ ହେବେ। ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ। ମନୋଜ୍ଞ ହେବେ। ରାଜପୂଜା ମିଳିବ।
ମିଥୁନ: ପର ପାଇଁ ଜାମିନ୍‌ଦାର ହୋଇପାରନ୍ତି। ମିତ୍ର ଲାଭ ହେବ। ପଡ଼ୋଶୀଙ୍କ ସହ ସଦ୍ଭାବନା ବଜାୟ ରଖିବେ। ଶ୍ରେଷ୍ଠ ତଥା ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିବେ। ରାଜପୂଜା ମିଳିବ। ଧନବାନ୍‌ ଓ ସତ୍ୟନିଷ୍ଠ ହେବେ।
କର୍କଟ: କଳ କୌଶଳ ପ୍ରୟୋଗ କରି ଅର୍ଥ ପ୍ରାପ୍ତ ହେବେ। କୁଶଳ ସମାଚାର ପାଇ ଆତ୍ମସନ୍ତୋଷ ଲାଭ କରିବେ। ଶତ୍ରୁକୁ ପରାଜିତ କରି ଆଶ୍ବସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ରହିବେ।
ସିଂହ: ଜଣେ ପରାମର୍ଶଦାତା ଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି। ମନରେ ଆନନ୍ଦ-ଉଲ୍ଲାସ ଜାତ ହୋଇପାରେ। ନିସର୍ଗ ସୁଖ ମିଳିବ। ପ୍ରଭୁତ୍ବ ବିସ୍ତାର କରିପାରନ୍ତି। ଶାସ୍ତ୍ର ଶାରଦ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଅଜାତଶତ୍ରୁ ହେବେ।
କନ୍ୟା: ବିଭାଗୀୟ କାର୍ଯ୍ୟ ପାଇଁ ଉଦ୍ୟମ ଜାରି ରଖିବେ। ନିଜକୁ କଳହମୁକ୍ତ ରଖିପାରନ୍ତି। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ପ୍ରବକ୍ତା ହୋଇପାରନ୍ତି। ଶ୍ରେଷ୍ଠ ମର୍ଯ୍ୟାଦା ସମ୍ପନ୍ନ ହେବେ। ବିଭାଗୀୟ ଅର୍ଥ ମିଳିବ। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହେବେ।
ତୁଳା: ପରିଶ୍ରମର ମୂଲ୍ୟ ମିଳିବ। ବିଳାସ ବ୍ୟସନ କରିପାରନ୍ତି। ବୁଦ୍ଧିମାନ୍‌ ହେବେ। ଯାନବାହନ ସୁଖ ମିଳିବ। ଧନ ସହିତ ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ପୁତ୍ର ସୁଖ ମିଳିବ। ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ।
ବିଛା: ଆଶାବାଦୀ ହେବେ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ନୈତିକତା ବୃଦ୍ଧି ପାଇବ। କର୍ମରେ ଉନ୍ନତି ଘଟିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ମାନବବାଦୀ ହେବେ। ଜନବଲ୍ଲଭ ହୋଇପାରନ୍ତି।
ଧନୁ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସ୍ବାସ୍ଥ୍ୟବାନ୍‌ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ସମୃଦ୍ଧିର ସୋପାନ ଚଢ଼ିବେ।
ମକର: ପର ପାଇଁ ମଧ୍ୟସ୍ଥ ହୋଇପାରନ୍ତି। ପଥରୋଧର ସମ୍ମୁଖୀନ ହେବା ଆଶା କରାଯାଏ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଦାୟିତ୍ବବାନ୍‌ ହେବେ। କେତେକ ବନ୍ଧୁ କରଛଡ଼ା ଦେଇପାରନ୍ତି। ଦେଶରେ ଆଦର ମିଳିବ। ରାଜତୁଲ୍ୟ ଆଧିପତ୍ୟ ବିସ୍ତାର କରିବେ।
କୁମ୍ଭ: ଶତ୍ରୁତାର ଅବସାନ ଘଟାଇବେ। ଧନ ଲାଭର ସୂଚନା ମିଳୁଛି। ସାମାଜିକ କ୍ଷେତ୍ରରେ ମହାନତା ପ୍ରତିପାଦନ କରିପାରନ୍ତି। ଶ୍ରେଷ୍ଠ ପଦରେ ଆସୀନ ହୋଇପାରନ୍ତି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହେବେ।
ମୀନ: ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ପ୍ରୀତିଭୋଜନ ମିଳିବ। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। କାର୍ଯ୍ୟରେ ସଫଳତା ମିଳିବ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ଚେଷ୍ଟା ଶୁଭପ୍ରଦ ହେବ। ସୁନ୍ଦର ବସ୍ତୁ ଲାଭ ହେବ।

Comments are closed.