ଶନିବାର ରାଶିଫଳ (୦୧.୦୫.୨୦୨୧)

ମେଷ: ପରୋପକାରୀ ହେବେ। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ ବିଳାସରେ ସମୟ ବିତାଇ ପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ୱାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ମିତ୍ରମାନେ କରଛଡ଼ା ଦେଇପାରନ୍ତି। ସର୍ଦ୍ଦି, କଫଜନିତ ସାମାନ୍ୟ କ୍ଳେଶର ସ୍ୱଚ୍ଛତା ମିଳୁଛି। ଅଷ୍ଟମଚନ୍ଦ୍ର ହେତୁ ସତର୍କ ରହିବେ।
ମିଥୁନ: ବନ୍ଧୁ ସହଯୋଗ ପାଇ ବିଶେଷ ଉପକୃତ ହେବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାକୁ ଆଦରି ନେଇପାରନ୍ତି। ସ୍ୱକର୍ମ ପାଇଁ ମନରେ ଗର୍ବଭାବ ଆସିପାରେ। ଶାନ୍ତି ଓ ଧୈର୍ଯ୍ୟବାନ୍ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
କର୍କଟ: ସାମାନ୍ୟ ଚକ୍ଷୁପୀଡ଼ା ବ୍ୟତୀତ ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଭାଇମାନଙ୍କ ସହାୟତା ପାଇ ଶତ୍ରୁ ଦମନ କରିବାରେ ପାରଙ୍ଗମ ହେବେ। ଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ସିଂହ: ବିଚାର, ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ରୁଚି ରହିବ। ବହୁବିଧ ଅର୍ଥ ମିଳିପାରେ।
କନ୍ୟା: ଉଦାର ସ୍ୱଭାବର ହେବେ। ଦାନ ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷିରୁ ଲାଭବାନ୍ ହେବେ। ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। ଯଶସ୍ୱୀ ହେବେ।
ତୁଳା: ମନ ପ୍ରସନ୍ନ ରହିବ। ଆତ୍ମ ବିଶ୍ୱାସୀ ହେବେ। ମଧୁରଭାଷୀ ହେବେ। ଥଣ୍ଡା, କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ।
ବିଛା: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ପରମ ଭାଗ୍ୟଶାଳୀ ହେବେ। ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ମିତ୍ର ସୁଖ ଲାଭ କରିବେ।
ଧନୁ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି। ଯବାନମାନେ ରଣାଙ୍ଗନରେ ବୀରତ୍ୱ ପ୍ରଦର୍ଶନ କରିବେ। ମାଲିମୋକଦ୍ଦମାରେ ବିଜୟୀ ହେବେ ଓ ଧନଲାଭ ହେବ।
ମକର: ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା, କଫଜନିତ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଧର୍ମ କାର୍ଯ୍ୟରେ ଧନବ୍ୟୟ କରିବେ। ସାହସୀ ଓ ଜ୍ଞାନୀ ହେବା ଆଶା କରାଯାଏ। ମଧୁର କଥାରେ ପରକୁ ଆପଣାର କରିପାରନ୍ତି।
କୁମ୍ଭ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ସରକାରୀ ଅର୍ଥ ପ୍ରାପ୍ତ ହେବେ।
ମୀନ: ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳଚେଷ୍ଟିତ ହେବେ। କୁଳ ଉଜ୍ଜ୍ୱଳକାରୀ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ଯଶସ୍ୱୀ ହେବେ। ପାରିବାରିକ ସ୍ନେହ ରହିବ।

Comments are closed.