ଶନିବାର ରାଶିଫଳ ୦୫.୦୬.୨୦୨୧

ମେଷ: ପୂର୍ବରୁ ସତର୍କ ନ ହେଲେ କାର୍ଯ୍ୟରେ ବାଧା ଉପୁଜିପାରେ। ଥଣ୍ଡାକଫରେ ଆକ୍ରାନ୍ତ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଜନଗହଳିରୁ ଦୂରେଇ ରହିବେ। ମଧୁର କଥା କହି ପରକୁ ଆପଣାର କରିପାରନ୍ତି।
ବୃଷ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁସ୍ଥ ରହିବେ। ଯଶ୍ବସୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଯାନ-ବାହନ ସୁଖ ମିଳିବ। ଗୃହସୁଖ ମିଳିବ।
ମିଥୁନ: କାର୍ଯ୍ୟରେ ସଫଳତା ଲାଭ କରିବେ। ବଂଶ ଟେକ ରଖିବାରେ ସକ୍ଷମ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ୍ବସୀ ହେବେ।
କର୍କଟ: ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗବିଳାସରେ ଦିନଟି ଅତିବାହିତ କରି ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ସିଂହ: ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟରୁ ଲାଭବାନ୍‌ ହେବେ। ମିତ୍ରମାନେ ଅସହଯୋଗ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ।
କନ୍ୟା: ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ନିଜ ସୁକର୍ମ ପାଇଁ ମନରେ ଗର୍ବଭାବ ଆସିପାରେ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ।
ତୁଳା: ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।
ବିଛା: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ।
ଧନୁ: ଉଦାର ସ୍ବଭାବର ହେବେ। ଦାନ-ଧର୍ମକୁ ଆଦରି ନେଇ ପାରନ୍ତି। ସୁଖୀ ହେବେ। ବ୍ୟକ୍ତିତ୍ବ ଅଧିକ ବିକଶିତ ହେବ। ଶରୀର ସୁସ୍ଥ ରହିବ। କୃଷି କର୍ମକାରୀ ହେବେ। ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି। ଯାନବାହନ ସୁଖ ମିଳିବ।
ମକର: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ।
କୁମ୍ଭ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସ୍ନେହଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟ ପ୍ରେମୀ ହେବେ। ମିତ୍ର ସୁଖ ମିଳିପାରେ। କେତେକ ଘଟଣାରେ ନିଜ ଜିଦ୍‌ରେ ଅଟଳ ରହିବେ। ଧନାଗମର ସୂଚନା ମିଳୁଛି।
ମୀନ: ଶ୍ରୀଚନ୍ଦ୍ର ଭୋଗ ହେତୁ ରୋଜଗାର ଆଶାନୁରୂପ ହେବ। ଐଶ୍ବର୍ଯ୍ୟା ପ୍ରାପ୍ତିର ସୂଚନା ମିଳୁଛି। ମାଲି-ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ।

Comments are closed.