ଶନିବାର ରାଶିଫଳ (୨୫.୧୨.୨୦୨୧)

ମେଷ: ଶୁଭ ଖବରଟିଏ ମିଳିପାରେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସରକାରୀ ଅର୍ଥ ମିଳିପାରେ। ଶାଶ୍ବତ ସତ୍ୟର ସନ୍ଧାନ ପାଇବେ।
ବୃଷ: ପରିଶ୍ରମର ମୂଲ୍ୟ ମିଳିବ। ଧର୍ମ ରକ୍ଷାକାରୀ ହେବେ। ଅଭିଳାଷ ପୂର୍ଣ୍ଣ ହେବ। ବାସଗୃହର ପରିବେଶ ଉତ୍ତମ ମାନର ହେବ। ଯାନବାହନ ସୁଖ ମିଳିପାରେ। ଯଶ ଲାଭ କରି ସର୍ବତ୍ର ବିଜୟୀ ହେବେ।
ମିଥୁନ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଦେବଦର୍ଶନରେ ଆତ୍ମତୃପ୍ତି ମିଳିବ। ଅଶାନ୍ତି ଦୂର ହେବ। ସରକାରୀ ଲାଭ ମିଳିବ। ବିବାଦୀୟ ଘଟଣାରେ ବିଜୟୀ ହେବେ।
କର୍କଟ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ତ୍ୟାଗଶୀଳ ହେବେ। ବିବିଧ ଉପାୟରେ ଧନ ଅର୍ଜନ ପରିବେ। କୀର୍ତ୍ତିମାନ୍‌ ହେବେ। ଚଞ୍ଚଳମନା ହୋଇପାରନ୍ତି। ଅତି ସୁଖୀ ଓ ସହିଷ୍ଣୁ ହେବେ।
ସିଂହ: ରୋଜଗାରର ମାତ୍ରା ବୃଦ୍ଧି ପାଇବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।
କନ୍ୟା:‌ ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। ମାଙ୍ଗଳିକ କାର୍ଯ୍ୟରେ ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ସ୍ବତନ୍ତ୍ର ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। କର୍ମଚଞ୍ଚଳ ରହିବେ। ଯୁଦ୍ଧ, ଯାତ୍ରା ଶୁଭପ୍ରଦ ହେବ।
ତୁଳା: ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିୟୋଜିତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବ। ଅସାଧ୍ୟ ସାଧନ କରିବେ।
ବିଛା: ରୋଜଗାର ଆଶାନୁରୂପ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ବକୟା ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।
ଧନୁ: ସାଧନାରେ ସିଦ୍ଧି ଲାଭ କରିବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିତର୍କରେ ବିଜୟୀ ହେବେ।
ମକର: ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଥଣ୍ଡା-କଫଜନିତ ସାମାନ୍ୟ ​କ୍ଳେଶ ଅନୁଭବ କରିବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବେ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ହାତେ ମାପି ଚାଖଣ୍ଡେ ଚାଲନ୍ତୁ।
କୁମ୍ଭ: ଆଜି ଦିନ ଭିତରେ ଯାହା ଘଟଣା ଘଟିବ; ତାହା ସୁଖବୋଧ ହେବ। ଜୀବନର ସମ୍ମୋହନ ମହାପ୍ରଭୁଙ୍କ ଶରଣାଗତ ହୋଇପାରନ୍ତି। କର୍ମକ୍ଷେତ୍ର ଉଳମୟ ହେବ। ପ୍ରୀତି ଭୋଜନ ସହ ଆନନ୍ଦ ଉପଭୋଗ କରିବେ।
ମୀନ: ଉପଦ୍ରବ ଚଳାଇ ଆସୁଥିବା ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ଋଣ ପରିଶୋଧ କରିପାରନ୍ତି। ସୁଖୀ ହେବେ।

Comments are closed.