ଶନିବାର ରାଶିଫଳ ୨୩.୧୦.୨୦୨୧

ମେଷ: ଭାଗ୍ୟଶାଳୀ ହେବେ। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ସ୍ବଭାବ ଓ ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ଶ୍ରୀଚନ୍ଦ୍ର ଭୋଗ ହେତୁ ଆୟ ଊଣା ହେବ ନାହିଁ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ବର୍ଯ୍ୟାଯୁକ୍ତ ହୋଇପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ସୁସ୍ଥ ଓ ନିରାମୟ ରହିବେ।
ମିଥୁନ: ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ବହୁ ବ୍ୟୟର ସମ୍ମୁଖୀନ ହେବେ। ଏକାନ୍ତରେ କିଛି ସମୟ ବିତାଇବାକୁ ଇଚ୍ଛା କରିବେ। କର୍ମଚଞ୍ଚଳ ରହିବେ। ମଧୁର କଥା କହି ପରକୁ ଆପଣାର କରିବେ।
କର୍କଟ: ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଯଶସ୍ବୀ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନଲାଭ ହେବ। କାର୍ଯ୍ୟରେ ସଫଳତା ମିଳିବ।
ସିଂହ: ଶ୍ରମ ସାର୍ଥକ ହେବ। କୁଳପ୍ରଦୀପ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହସଦିଚ୍ଛା ରହିବ।
କନ୍ୟା: ଭାଗ୍ୟଶାଳୀ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍‌; ସାହସୀ ଓ ସମ୍ପତ୍ତିବାନ୍‌ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରବଳ ଉଦ୍ୟୋଗୀ ହୋଇପାରନ୍ତି।
ତୁଳା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କାର୍ଯ୍ୟରେ ବିଘ୍ନ ଉପୁଜିପାରେ। ଗୁଣଜ୍ଞ ହେତୁ ଆଦର ମିଳିବ। ଦୟାର ପାତ୍ର ହୋଇପାରନ୍ତି ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଜଳଯାତ୍ରା ମନା।
ବିଛା: ପ୍ରୀତିଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତି ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି।
ଧନୁ: ଅନାବଶ୍ୟକ ଖର୍ଚ୍ଚର ସମ୍ମୁଖୀନ ହୋଇପାରନ୍ତି। ଭାଇମାନଙ୍କ ଉପରେ ସ୍ନେହ, ଶ୍ରଦ୍ଧା ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ହେବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିରେ ସୁନାମ ଅର୍ଜନ କରିବେ।
ମକର: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ। ବ୍ୟବସାୟରୁ ପ୍ରଚୁର ଲାଭ ହେବ।
କୁମ୍ଭ: ଅନ୍ୟାୟର ପ୍ରତିରୋଧ ପାଇଁ ମୁହଁ ଖୋଲିବେ। ଉଦାର ସ୍ବଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ରହିବେ। କୃଷି ପ୍ରତି ଧ୍ୟାନ ଦେବେ। ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ମୀନ: କାର୍ଯ୍ୟ ଉତ୍ସାହଜନକ ହେବ। ମନ ପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ମଧୁରଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ ଓ ବନ୍ଧୁପ୍ରେମୀ ହେବେ।

Comments are closed.