ଶନିବାର ରାଶିଫଳ ୦୯.୧୦.୨୦୨୧

ମେଷ: ବହୁ ସୁଖକର ଘଟଣା ଘଟିପାରେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ସୁଖାଦ୍ୟ ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ବନ୍ଧୁ ସହାୟତା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭଖବର ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଋଣ ପରିଶୋଧ କରିପାରନ୍ତି।
ମିଥୁନ: ମନୋବଳ ଦୃଢ଼ ରହିବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅଧ୍ୟୟନରତ ହୋଇପାରନ୍ତି। ଜ୍ଞାନୀ ଓ ଶାସ୍ତ୍ରଜ୍ଞ ହୋଇପାରନ୍ତି।
କର୍କଟ: ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କ୍ଷେତକୁ ତ୍ବରାନ୍ବିତ କରିପାରନ୍ତି। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ଉତ୍ତମ ମାନର ହେବ। ସୁସ୍ଥ ଓ ନିରାମୟ ରହିବେ।
ସିଂହ: ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଦେବ ଦର୍ଶନର ସୌଭାଗ୍ୟ ଅଛି। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭ ଉଠାଇବାକୁ ପାରଙ୍ଗମ ହେବେ।
କନ୍ୟା: ସାଂଗଠନିକ କାର୍ଯ୍ୟରେ ସହଯୋଗ କରିପାରନ୍ତି। ତ୍ୟାଗଶୀଳ ହେବେ। ମତିମାନ୍‌ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବା ଆଶା କରାଯାଏ।
ତୁଳା: ଆୟ ଆଶାନୁରୂପ ହୋଇପାରେ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବିଛା: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ରହିବେ। ଧର୍ମ ବିଧାନରେ ନିଜର ଦକ୍ଷତା ପ୍ରତିପାଦନ କରିପାରନ୍ତି। କୁଳ ମର୍ଯ୍ୟାଦା ରକ୍ଷା କରିବାରେ ପାରଙ୍ଗମ ହେବେ। ଧନ ସଞ୍ଚୟ କରିପାରନ୍ତି।
ଧନୁ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ମକର: ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ପ୍ରଦତ୍ତ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଆୟର ମାତ୍ରା ବୃଦ୍ଧି ପାଇପାରେ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ବିବାଦରେ ବିଜୟୀ ହୋଇପାରନ୍ତି।
କୁମ୍ଭ: ଶ୍ରମର ମୂଲ୍ୟାଙ୍କନ ହେବ। କାର୍ଯ୍ୟରେ ସଫଳତା ଲାଭ କରିବେ। କ୍ଷମତାର ସଦ୍‌ ବ୍ୟବହାର କରି ପ୍ରଶଂସାର ପାତ୍ର ହେବେ। ଅଧିକ ଦାୟିତ୍ବ ବହନ କରିପାରନ୍ତି। ଅସାଧ୍ୟ ସାଧନ କରିପାରନ୍ତି।
ମୀନ: ଅଧିକ ପରିଶ୍ରମ କରି କ୍ଲାନ୍ତ ହୋଇପାରନ୍ତି। କାନ୍ତାଙ୍କର ପ୍ରାଧାନ୍ୟ ଅଧିକ ରହିପାରେ। ବ୍ରହ୍ମ ଉପାସକ ହୋଇପାରନ୍ତି। ଶୁଭକର୍ମରେ ହସ୍ତ ପ୍ରସାରଣ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁ ସତର୍କ ରହିବେ।

Comments are closed.