ଶନିବାର ଦିନ ଏହି କାର୍ଯ୍ୟ କରିବା ଅନିବାର୍ଯ୍ୟ

0

ଶନିଦେବଙ୍କ ନାମ ଶୁଣିବା ମାତ୍ରେ ସମସ୍ତ ଲୋଙ୍କ ମନରେ ଭୟ ଆସି ଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଛି। ଶନିଦେବ ଲୋକଙ୍କ କର୍ମ ଅନୁସାରେ ତାଙ୍କୁ ଫଳ ଦେଇଥାନ୍ତି। ଯଦି ଜାତକରେ ଶନିଙ୍କ ଅଶୁଭ ଦୃଷ୍ଟି ପଡିଥାଏ ତେବେ ବ୍ୟକ୍ତିକୁ ଅନେକ ପ୍ରକାରର କଷ୍ଟ ଭୋଗିବାକୁ ପଡିଥାଏ। ଶନିବାର ଦିନଟି ଶନିଦେବଙ୍କର ଅଟେ। ତେଣୁ ଶନିଙ୍କ କୋପରୁ ବଞ୍ଚିବା ପାଇଁ ଶନିବାର ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା ଶନିବାର ଦିନ କେଉଁ କାର୍ଯ୍ୟ କରିବା ଅନୁଚିତ..ଯଦି ବ୍ୟକ୍ତି ଶନିଙ୍କ କୋପରୁ ବଞ୍ଚିବାକୁ ଚାହୁଁଥାନ୍ତି ତେବେ ଶନିବାର ଦିନ ଭୁଲରେ ଲୁହା କିମ୍ବା ଲୁହାର କୌଣସି ଦ୍ରବ୍ୟ କିଣନ୍ତୁ ନାହିଁ। ଏବଂ ଲୁହାର କୌଣସି ଦ୍ରବ୍ୟ ଘରକୁ ଆଣନ୍ତୁ ନାହିଁ। ଶନିବାର ଦିନ ଲୁହାର ଯେକୌଣସି ଦ୍ରବ୍ୟ ଦାନ କରିପାରିବେ। ଏହାଦ୍ୱାରା ଶନିଙ୍କ କୃପା ମିଳିଥାଏ।
ଶନିବାର ଦିନ ଦାନ କରିବା ଶୁଭ ହୋଇଥାଏ। ତେଣୁ ଏହିଦିନ କୌଣସି ଗରିବ ଲୋକଙ୍କ ଅପମାନ କରନ୍ତୁ ନାହିଁ। କାରଣ ଶନିଦେବଙ୍କ ଦୃଷ୍ଟି ସର୍ବଦା ଗରିବଙ୍କ ଉପରେ ରହିଥାଏ। ତେଣୁ ଏହିଦିନ ଗରିବଙ୍କୁ ଦାନ କରିବା ଶୁଭ ହୋଇଥାଏ।ଶନିବାର ଦିନ ତେଲ କିଣିବା ଅଶୁଭ ହୋଇଥାଏ। କିନ୍ତୁ ତେଲ ଦାନ କରିବା ଶୁଭ ହୋଇଥାଏ।
ଶନିବାର ଦିନ କାହା ଠାରୁ ଜୋତା କିମ୍ବା ଚପଲ ଉପହାର ଭାବେ ନିଅନ୍ତୁ ନାହିଁ। ଏହାଦ୍ୱାରା ଖରାପ ପ୍ରଭାବ ଆପଣଙ୍କ ଜୀବନରେ ପଡିଥାଏ। ଗରିବଙ୍କୁ ଏହିଦିନ ଜୋତା ଓ ଚପଲ ଦାନ କରିବା ଦ୍ୱାରା ଶନି ଦୋଷ ଦୂର ହୋଇଥାଏ।

Leave A Reply