ଶନିବାର ଦିନ ଏହି ଦ୍ରବ୍ୟ କିଣନ୍ତୁ ନାହିଁ

0

ଶନିବାର ଦିନ ଶନିଦେବଙ୍କୁ ପୂଜା କରାଯାଇଥାଏ। ଶନିଦେବଙ୍କୁ ପୂଜା କରିବା ଦ୍ବାରା ଅନେକ ସୁଫଳ ମିଳିଥାଏ। ଶନିବାର ଦିନ ପୂଜା କରିବା ବେଳେ କଳା ସୋରିଷ ଓ ରାଶି ତେଲର ଦୀପ ଲଗାଇବା ଉଚିତ। ଏହାଦ୍ବାରା ଶନିଦେବଙ୍କ ଆଶୀର୍ବାଦ ମିଳିଥାଏ। ଶନିଙ୍କ କୋପରୁ ବଞ୍ଚିବା ପାଇଁ କଳା କୁକୁରକୁ ଖାଇବାକୁ ଦେବା ଉଚିତ। ଏହାଦ୍ବାରା ଶନି ଗ୍ରହ ଶାନ୍ତ ହୋଇଥାନ୍ତି ବୋଲି କୁହାଯାଇଛି। ଆମ ଜୀବନରେ ପ୍ରତ୍ୟେକ ଦିନ କିଛି ନା କିଛି ଦ୍ରବ୍ୟ କିଣିଥାଏ। ମାତ୍ର ଏହି ଦ୍ରବ୍ୟ କିଣିବାର କିଛି ନିର୍ଦ୍ଧିଷ୍ଟ ରହିଛି। ଆସନ୍ତ ଜାଣିବା ଶନିବାର ଦିନ କେଉଁ ଦ୍ରବ୍ୟ କିଣିବା ଅନୁଚିତ।ତେଲ ଓ ଲୁଣ: ଶନିବାର ଦିନ ଶନିଦେବଙ୍କୁ ରାଶି ତେଲରେ ଦୀପ ଦିଆଯାଇଥାଏ। ଏହି ଦିନ ତେଲ ଓ ଲୁଣ କିଣିବା ଅନୁଚିତ। ଏପରି କରିବା ଦ୍ବାରା ପରିବାର ସଦସ୍ୟଙ୍କ ଦେହ ଖରାପ ହୋଇଥାଏ। ଏହାସହ ଋଣାଗ୍ରସ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ। ଶନିବାର ଦିନ ତେଲ ଓ ଲୁଣ କିଣନ୍ତୁ ନାହିଁ।
କଳା ଜୋତା ଓ କଳା ରାଶି: ଶନିବାର ଦିନ କଳା ଜୋତା କିଣିବା ଅନୁଚିତ। ଏହାଦ୍ବାରା ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଇଥାଏ। ଶନିବାର ଦିନ କଳା ସୋରିଷ କିଣନ୍ତୁ। ଏହାଦ୍ମାରା ପରିବାର ସଦସ୍ୟଙ୍କ ଉପରକୁ ବିପତ୍ତି ଆସିଥାଏ। ଶନିବାର ଦିନ କଳା ଜୋତା ପିନ୍ଧିବା ଅନୁଚିତ।

ଲୁହା: ଶନିବାର ଦିନ କୌଣସି ଲୁହା ଜିନିଷ କିଣନ୍ତୁ ନାହିଁ। ଏହାଦ୍ବାରା ସମ୍ପର୍କରେ ଫାଟ ସୃଷ୍ଟ ହୋଇଥାଏ। ଅନ୍ୟ କାହାକୁ ଲୁହା ଜିନିଷ ଦାନ କରି ପାରିବେ। ଏହା ଦାନ କରିବା ଦ୍ବାରା ସୁଫଳ ମିଳିଥାଏ। ନିତ୍ୟ ବ୍ୟବହାର୍ୟ୍ୟ ଲୁହା ଦ୍ରବ୍ୟକୁ କାହାକୁ ଦିଅନ୍ତୁ ନାହିଁ।
କଇଁଚି: ଶନିବାର ଦିନ ଭୁଲରେ କଇଁଚି କିଣନ୍ତୁ ନାହିଁ। ଏହି ଦିନ କଇଁଚି ଦ୍ବାରା ଗଛ କାଟିବା ମଧ୍ୟ ଅନୁଚିତ। ଏପରି କରିବା ଦ୍ବାରା ଶନି ଦୋଷ ଲାଗିଥାଏ।

Leave A Reply