ଶତ୍ରୁଘ୍ନ ସିହ୍ନାଙ୍କ ବାସଭବନ ଆଗରେ ଗୁଳି

0

ମୁମ୍ବଇ: ବଲିଉଡ୍‍ ଅଭିନେତା ତଥା ବରିଷ୍ଠ ବିଜେପି ନେତା ଶତ୍ରୁଘ୍ନ ସିହ୍ନାଙ୍କ ମୁମ୍ବଇ ଜୁହୁ ସ୍ଥିତ ବାସଭବନ ଆଗରେ ଗୁଳି ଫୁଟିଛି। ବାସଭବନର ସୁରକ୍ଷା ପାଇଁ ମୁତୟନ ଥିବା କନଷ୍ଟେବଳଙ୍କ ବନ୍ଧୁକରୁ ଏହି ଗୁଳି ଫୁଟିଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା କିମ୍ବା କାହାର କିଛି କ୍ଷତି ଘଟି ନ ଥିବା ଜଣାପଡ଼ିଛି। ଅସାବଧାନତାବଶତଃ ବନ୍ଧୁକରୁ ଗୁଳି ଫୁଟିଥିବା କୁହାଯାଇଛି। ସମ୍ପୃକ୍ତ କନେଷ୍ଟବଳ ବିରୋଧରେ କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି କି ନାହିଁ ତାହା ଜଣାପଡ଼ିନାହିଁ।

Leave A Reply