ଶତନାମୀ ସମାଜ ତରଫରୁ ଗୁରୁ ଘାସି ଦାସଙ୍କ ଜୟନ୍ତୀ ପାଳିତ

ପାପଡାହାଣ୍ଡି : ସତାନାମୀ ସମାଜ ତରଫରୁ ଗୁରୁ ଘାସି ଦାସଙ୍କ ୨୬୫ ତମ ଜନ୍ମ ବାର୍ଷିକ ପାପଡାହାଣ୍ଡି ସତାନାମୀ ସାହି ଠାରେ ପାଳିତ ହୋଇଯାଇଛି । ଏହି ଜନ୍ମ ବାର୍ଷିକ ପାଳନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଜୋଇଁତ ଖାମରେ ପ୍ରଦୀପ ପ୍ରଜ୍ବଳନ କରି  ଥିଲେ । ସେ ସଭାରେ ମଞ୍ଚାସୀନ ହୋଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ, ଏବଂ ଗୁରୁ ଘାସି ଦାସଙ୍କ ଜୀବନ ଶୈଳୀ ବିଷୟରେ ବଖାଣି ଥିଲେ। ଅନ୍ୟମାନଙ୍କ ମଧ୍ୟରେ, ସୁଶାନ୍ତ କୁମାର ବେହେରା, ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଏବଂ ସତାନାମୀ ସମାଜର  ସଭାପତି ପ୍ରବୀଣ କୁମାର ସତାନାମୀ, ସମ୍ପାଦକ ରବିଚନ୍ଦ୍ର ସତାନାମୀ, ଭୋଳା ସତନାମୀ, ଚିତ୍ର ସତନାମୀ, ରସାନନ୍ଦ ସତନାମୀ, ମିତ୍ର ସତନାମୀ ପ୍ରମଖ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ମିତ୍ରୋଭାନୁ ଦାସ ଉପସ୍ଥିତ ସମସ୍ତ ସତନାମୀ ସମାଜକୁ ଗୁରୁ ଘାସି ଦାସଙ୍କ ନୀତିରେ ଅନୁପ୍ରାଣିତ ହୋଇ ଚାଲିବା ପାଇଁ ଉପଦେଶ ଦେଇଥିଲେ ଏବଂ ଦାନ୍ୟବାଦ ପ୍ରଦାନ କରିଥିଲେ।

Comments are closed.