କେମିତି ଗଲା ବାଲକୋନିକୁ ଷଣ୍ଢ ? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପଶୁ ପକ୍ଷୀ ମାନଙ୍କ ଅନେକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଥାଏ । ଅନେକ ପଶୁ ରାସ୍ତା ଉପରେ ଶୋଇ ରହିଥିବା ମଧ୍ୟ ନଜର ଆସିଥାଏ । ଗାଈ, ଛେଳି ଓ କୁକୁର ଗୁଡ଼ିକ ଅନେକ ସମୟରେ ରାସ୍ତାରେ ଶୋଇରହିଥାଆନ୍ତି । ହେଲେ ବର୍ତ୍ତମାନ ସେହିପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଏକ ଷଣ୍ଢ ଗୋଟିଏ ଘରର ବାଲକୋନିରେ ଛିଡ଼ା ହୋଇଛି ।

ଷଣ୍ଢଟି ଜଣେ ବ୍ୟକ୍ତିଙ୍କ ଘର ଭିତ​‌ରେ ପଶିବା ସହ ସିଡ଼ିରେ ଚଢ଼ି ବାଲକୋନିକୁ ଚାଲିଯାଇଛି । ଆଇ ସେଠାରେ ଛିଡ଼ା ହୋଇ ରହିଛି । ପରେ ଘର ଲୋକଙ୍କ ବହୁ ପ୍ରୟାସ ପରେ ଷଣ୍ଢଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଥିଲା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଏହା କେଉଁ ଅଞ୍ଚଳର ବୋଲି ଜଣାପଡ଼ିନାହିଁ ।

Comments are closed.