୪ବର୍ଷ ପରେ ପରଦାକୁ ଫେରିଲେ ସୁରଜ ପଞ୍ଚୋଲି : ରିଲିଜ ହେଲା “ସାଟେଲାଇଟ ଶଙ୍କର”ର ଟ୍ରେଲର

ମୁମ୍ବଇ : ବଲିଉଡର ଯୁବ ନାୟକ ସୁରଜ ପଞ୍ଚୋଲି ୪ବର୍ଷ ପରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଦେଶଭକ୍ତିରେ ଭରପୁର ଥିବା ଚଳଚ୍ଚିତ୍ର “ସାଟେଲାଇଟ ଶଙ୍କର” ମାଧ୍ୟମରେ ପରଦାକୁ ଫେରିଛନ୍ତି। ତାଙ୍କ ଅଭିନୀତ “ସାଟେଲାଇଟ ଶଙ୍କର”ର ଟ୍ରେଲର ଗୁରୁବାର ମୁକ୍ତିଲାଭ କରିଛି। “ସାଟେଲାଇଟ ଶଙ୍କର”ରେ ସୁରଜଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିଛନ୍ତି ମେଘା ଆକାଶ। ଭୂଷଣ କୁମାର ଓ ମୂରଦ ଖାତାନୀଙ୍କ ପ୍ରଯୋଜନାରେ ଏହି ସିନେମାଟି ନିର୍ମାଣ ହୋଇଛି। ଇରଫାନ କମଲ ଚଳଚ୍ଚିତ୍ରରେ ନିର୍ଦେଶନାର ଗୁରୁଦାୟିତ୍ବ ବହନ କରିଛନ୍ତି। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ନଭେମ୍ବର ୧୫ରେ ମୁକ୍ତିଲାଭ କରିବ।


ଏହା ପୂର୍ବରୁ ସେ ୨୦୧୫ରେ ସଲମାନଙ୍କ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ହିରୋ ମାଧ୍ୟମରେ ବଲିଉଡରେ ପ୍ରବେଶ କରରିଥିଲେ। ଯେଉଁଥିରେ ସୁନିଲ ଶେଟ୍ଟିଙ୍କ ଝିଅ ଆଥିଆ ଶେଟ୍ଟି ତାଙ୍କ ବିପକ୍ଷରେ ନାୟିକାଭାବେ ନଜର ଆସିଥିଲେ। ଏହାକୁ ଦର୍ଶକାମନେ ବେଶ୍ ପସନ୍ଦ ମଧ୍ୟ କରିଥିଲେ।

Comments are closed.