ଗୁଇନ୍ଦା ଉପଗ୍ରହ ଉଦ୍ୟୋକ୍ତାଙ୍କୁ ବଦଳି

0

ନୂଆଦିଲ୍ଲୀ: ଏକ ଅଭାବନୀୟ ଘଟଣାକ୍ରମେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରର ଜଣେ ବରିଷ୍ଠ ନିର୍ଦେଶକଙ୍କୁ ପଦଚ୍ୟୁତ କରାଯାଇଛି। ଡ. ତପନ କୁମାର ମିଶ୍ର ନାମକ ଏହି ଉଚ୍ଚ ପଦାଧିକାରୀ ଜଣକ ଭାରତର ଗୁଇନ୍ଦା ଉପଗ୍ରହ ନିର୍ମାଣର ପ୍ରମୁଖ ବିନ୍ଧାଣୀ ଭାବେ ଜଣାଶୁଣା। ଏବେ ସେ ଅହମ୍ମଦାବାଦ ସ୍ଥିତ ଇସ୍ରୋ ସ୍ପେଶ୍‍ ଆପ୍ଲିକେସନ୍‍ ସେଣ୍ଟରର ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ। ଡ. ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ନିର୍ମିତ ରିସାଟ୍‍ ୧ ଅନ୍ତରୀକ୍ଷରେ ବିସ୍ଫୋରଣ ହେବା ପରେ ତାଙ୍କୁ ପଦବୀରୁ ହଟାଇ ଦିଆଯାଇଥିବା କୁହାଯାଉଛି। ଏହି ବିସ୍ଫୋରଣ ଘଟଣା ସମ୍ପର୍କରେ ଇସ୍ରୋ କୌଣସି ସୂଚନା ପାଇପାରି ନଥିଲା। ନାସାର ତଥ୍ୟରୁ ତାହା ଜଣାପଡ଼ିଥିଲା। ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ଇସ୍ରୋର ମୁଖ୍ୟ କାର୍ଯ୍ୟାଳୟକୁ ତତ୍କାଳ ବଦଳି କରାଯାଇଛି।ତାଙ୍କ ବଦଳି ପଛର ଆଉ ଏକ କାରଣ ମଧ୍ୟ ଏବେ ଜଣାପଡ଼ିଛି। ଇସ୍ରୋର କିଛି ସମ୍ପତ୍ତିକୁ ଘରୋଇ କମ୍ପାନୀକୁ ବିକ୍ରି କରିବାକୁ ହୋଇଥିବା ନିଷ୍ପତ୍ତିକୁ ସେ ବିରୋଧ କରୁଥିଲେ। ଏଥିସହିତ ଦେଶବ୍ୟାପୀ ଉପଗ୍ରହ ଭିତ୍ତିକ ଇଣ୍ଟରନେଟ୍‍ ସେବାକୁ ଯଥାସମ୍ଭବ କାର୍ଯ୍ୟକାରୀ କରିବାକୁ ଦାବି କରି ଆସୁଥିଲେ।

Leave A Reply