ସାତକୋଶିଆରେ ୫୦୦ରୁ ଊର୍ଦ୍ଧ୍ବ କୁମ୍ଭୀର ଛୁଆ ଚିହ୍ନଟ

ଅନୁଗୋଳ: ସାତକୋଶିଆ ଓ ମହାନଦୀ ବନ୍ୟପ୍ରାଣୀ ଉପଖଣ୍ଡ ଅଞ୍ଚଳର ୧୭ଟି ସ୍ଥାନରେ ମଗର ପ୍ରଜାତିର ୫୦୦ରୁ ଊର୍ଦ୍ଧ୍ବ କୁମ୍ଭୀରଙ୍କୁ ଚିହ୍ନଟ କରାଯାଇଛି। ସାତକୋଶିଆର ମଝିପଡ଼ା, ବେହେରାସାହି, ବିନିକେୟୀ, ଗଇଁନ୍ଦି, କୁତୁରି ଆଦି ଅଞ୍ଚଳରେ ମଗରଛୁଆଙ୍କୁ ଠାବ କରାଯାଇଛି। ଗୋଟିଏଗୋଟିଏ ସ୍ଥାନରେ ଛୁଆଙ୍କ ସଂଖ୍ୟା ୩୦ରୁ ଅଧିକ ଥିବା ଜଣାପଡ଼ିଛି। ଏଣୁ ୫୦୦ରୁ ଅଧିକ ମଗର ଛୁଆ ଏବେ ମହାନଦୀର କୁତୁରିଠାରୁ ବିନିକେୟୀ ମଧ୍ୟରେ ଜନ୍ମ ନେଇଥିବା ଅନୁମାନ କରାଯାଇଛି।

ଗତ ମେ’ ମାସରୁ ସେମାନେ ଜନ୍ମଗ୍ରହଣ କରିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମସ୍ତ ଛୁଆ ସାତକୋଶିଆ ଓ ମହାନଦୀ ବନ୍ୟପ୍ରାଣୀ ଉପଖଣ୍ଡରେ ଆଗାମୀ ଦିନରେ ରହିବାକୁ ଯାଉଥିବାରୁ ସାତକୋଶିଆ ବିପଦପୂର୍ଣ୍ଣ ହୋଇ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Comments
Loading...