ସ୍ୟାଟ ଉଚ୍ଛେଦ; କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହାଇକୋର୍ଟରେ କାଏମ

ଓଡିଶା ଷ୍ଟେଟ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ ବା ଓ ଏ ଟି ଉଚ୍ଛେଦ ନେଇ କେନ୍ଦ୍ର ସରକାର ଜାରି କରିଥିବା ବିଜ୍ଞପ୍ତି କୁ କାଏମ ରଖିଛନ୍ତି ହାଇକୋର୍ଟ । କେନ୍ଦ୍ର ର ଉକ୍ତ ବିଜ୍ଞପ୍ତି ଜୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା , ସ୍ୟାଟ ବାର କଟକ ସମେତ ୬ ଟି ପକ୍ଷ ପୃଥକ୍ ପୃଥକ୍ ଭାବେ ମାମଲା ଦାଏର କରିଥିଲେ , ସମସ୍ତ ଆବେଦନକୁ ହାଇକୋର୍ଟ ଖାରଜ କରିବା ସହ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ କାଏମ ରଖିଛନ୍ତି । ତେବେ ସ୍ୟାଟ ରେ ଥିବା ସମସ୍ତ ମାମଲା ଗୁଡ଼ିକ ହାଇକୋର୍ଟ କୁ ସ୍ଥାନାନ୍ତର ହେବ , ଅବଶ୍ୟ ଏ ସଂକ୍ରାନ୍ତରେ ୨୦୧୯ ମସିହା ଅଗଷ୍ଟ ମାସ ୭ ତାରିଖ ଦିନ ହାଇକୋର୍ଟ ଏକ ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରିଥିଲେ । ଉକ୍ତ ଅନ୍ତରୀଣ ଆଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି । ସ୍ୟାଟ ଉଚ୍ଛେଦ ପାଇଁ ୨୦୧୯ ମସିହା ଅଗଷ୍ଟ ମାସ ୨ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ୬ ଟି ମାମଲା ଦାଏର ହୋଇଥିଲା ।

Comments are closed.