ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟର ପ୍ରଭାବ ପଡ଼ିବ ନାହିଁ

0

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି କିଛି ପ୍ରକଳ୍ପର ଶିଳାନ୍ୟାସ ସହ କେତେକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ସେ ଏକ ଦଳୀୟ ସମାବେଶରେ ଯୋଗଦେଇ ରାଜନୈତିକ ଉଦ୍‌ବୋଧନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ଦଳୀୟ ସଭାରେ ଓଡ଼ିଶା ସମ୍ପର୍କରେ ଦେଇଥିବା ମନ୍ତବ୍ୟର କୌଣସି ପ୍ରଭାବ ଓଡ଼ିଶାବାସୀଙ୍କ ଉପରେ ପଡିବ ନାହିଁ ବୋଲି ବିଜୁ ଜନତା ଦଳ କହିଛି। ଓଡ଼ିଶାର ଜନସାଧାରଣ ଗତ ୧୯ବର୍ଷ ଧରି ବିଜୁ ଜନତା ଦଳକୁ ଯେଉଁ ଅଜସ୍ର ଆଶୀର୍ବାଦ ଓ ସଦିଚ୍ଛା ଦେଇଆସିଛନ୍ତି ତାହା ଆଗାମୀ ବର୍ଷଗୁଡ଼ିକରେ ବଳବତ୍ତର ରହିବ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି। ବିଗତ ୧୯ବର୍ଷ ହେଲା ବିଜୁ ଜନତା ଦଳ ଓଡ଼ିଶାର ବିକାଶକୁ ତ୍ୱରାନ୍ୱିତ କରିଆସିଛି। ଆଗାମୀ ଦିନରେ ମଧ୍ୟ ଏହି ବିକାଶ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି।

Leave A Reply