କରୋନାରୁ ସୁସ୍ଥ ହେଲେ ଶଶିକଳା : କାର୍‌ରେ ଏଆଇଏଡିଏମ୍‌କେ ଦଳୀୟ ପତାକା

ବେଙ୍ଗାଲୁରୁ : କରୋନା ଭୂତାଣୁ ସଂକ୍ରମଣରୁ ଆରୋଗ୍ୟ ଲାଭ ପୂର୍ବକ ରବିବାର ଘରକୁ ଫେରିଛନ୍ତି ଏଆଇଏଡିଏମ୍‌କେର ନିଲମ୍ବିତ ନେତ୍ରୀ ଭିକେ ଶଶିକଳା। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବାନ୍ଧବୀ ଶଶିକଳା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୪ବର୍ଷ ଜେଲ୍‌ ଯାଇଥିଲେ। ଜେଲଦଣ୍ଡ ଅବଧି ପୂରଣ କରିବା ପରେ ଜାନୁଆରୀ ୨୭ରେ ସେ ଜେଲ୍‌ରୁ ମୁକ୍ତ ହୋଇଥିଲେ। ମାତ୍ର କରୋନା ସଂକ୍ରମିତ ଥିବାରୁ ସେ କିଛି ଦିନ ପାଇଁ ଭିକ୍ଟୋରିଆ ହସ୍ପିଟାଲରେ ରହିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ଶଶିକଳାଙ୍କୁ ଚେନ୍ନଇ ନିଆଯିବ। ରବିବାର ହସ୍ପିଟାଲରୁ ବାହାରିବା ପରେ ଶଶିକଳାଙ୍କୁ ତାଙ୍କ ସମର୍ଥକମାନେ ବିପୁଳ ସ୍ବାଗତ କରିଥିଲେ। ଏପରିକି ଆଇନଶୃଙ୍ଖଳା ରକ୍ଷା ଲାଗି ୩୦୦ ପୁଲିସ କର୍ମଚାରୀ ମୁତୟନ ହୋଇଥିଲେ। ଶଶିକଳା ଯେଉଁ କାର୍‌ରେ ଘରକୁ ଫେରିଥିଲେ ସେହି କାର୍‌ରେ ଏଆଇଏଡିଏମ୍‌କେର ଦଳୀୟ ପତାକା ଲାଗିଥିଲା।

Comments are closed.