ଚାରି ବର୍ଷ ପରେ ଜେଲରୁ ମୁକୁଳିଲେ ଶଶିକଳା

୪ ବର୍ଷ ପରେ ଜେଲରୁ ମୁକଳିଛନ୍ତି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା । ୨୦୧୭ରେ ଜୟଲଳିତାଙ୍କ ପାଳିତ ସନ୍ତାନ ସୁଧାକରନ୍, ବୋହୂ ଜେ. ଇଲାଭାରସୀଙ୍କ ସହ ମିଶି ଶଶିକଳା ୬୬ କୋଟି ଟଙ୍କା ଆତ୍ମସାତ ଅଭିଯୋଗରେ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଜେଲ ଅବଧି ​‌ଶେଷ ହେବା ପରେ ତାଙ୍କୁ ମୁକ୍ତ କରାଯାଇଛି ।

ଗତ ୨୦ ତାରିଖରେ ସେ କୋଭିଡ଼ ସଂକ୍ରମିତ ହୋଇଥିଲେ ଓ ବୋରିଙ୍ଗ ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ଏହାପରେ ତାଙ୍କୁ ଭିକ୍ଟୋରିଆ ହସପିଲାଣ କୋଭିଡ଼ ଚିକିତ୍ସା କେନ୍ଦ୍ରକୁ ନିଆଯାଇଥିଲା । ଶଶିକଳାଙ୍କ ଭଣଜା ତଥା ଆମ୍ମା ମକ୍କାଲ ମୁନ୍ନେତ୍ରା କଜଗାମ (ଏମଏମକେ) ର ପ୍ରତିଷ୍ଠାତା ସ୍ୱାଧୀନ ବିଧାୟକ ଧିନକରନ ସୋମବାର ଦିନ ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କ ମାଉସୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଶଶିକଳା ଏବେ ସୁସ୍ଥ ଅଛନ୍ତି; ତାଙ୍କୁ ୧୦ ଦିନ ପରେ ଡ଼ାକ୍ତରଖାନାରୁ ଛଡ଼ାଯିବ । କିନ୍ତୁ  ତାଙ୍କ ପରିବାର ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଇଚ୍ଛା କରନ୍ତି, ତେବେ ସେମାନେ କରିପାରିବେ ବୋଲି ମଧ୍ୟ ହସ୍ପିଟାଲ ପକ୍ଷରୁ କୁହାଯାଇଛି ।

Comments are closed.