‘ନା ଖାଉଙ୍ଗା ନା ଖାନେ ଦୁଙ୍ଗା’ କେବଳ ଗୋମାଂସ କ୍ଷେତ୍ରରେ ଲାଗୁ ହୋଇଛି : ଶଶୀ ଥରୁର

0

ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶୀ ଥରୁର ପ୍ରଧାନମନ୍ତ୍ରୀଙ୍କୁ କଟୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ, ‘ନା ଖାଉଙ୍ଗା, ନା ଖାନେ ଦୁଙ୍ଗା’ ବା ‘ନା ମୁଁ ଖାଇବି ନା ଖାଇବାକୁ ଦେବି’। ତେବେ ଏହା କେବଳ ଗୋମାଂସ ଖାଇବା କ୍ଷେତ୍ରରେ ହିଁ ଲାଗୁ ହୋଇପାରିଛି ବୋଲି ଥରୁର କହିଛନ୍ତି। ଭାରତରେ ଅନ୍ୟ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ। ଅସହିଷ୍ଣୁତା ଦିନକୁ ଦିନ ଦେଶରେ ବଢିବାରେ ଲାଗିଛି ଏବଂ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଭୟରେ ଜୀବନଯାପନ କରୁଛନ୍ତି।
ହିମାଚଳ ପ୍ରଦେଶର କସୌଲୀରେ ଆୟୋଜିତ ଖୁସବନ୍ତ ସିଂହ ଲିଟଫେଷ୍ଟର ଦ୍ୱିତୀୟ ଦିନରେ ଲୋକମାନଙ୍କୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଗୋମାଂସକୁ ନିୟନ୍ତ୍ରଣ କରିବାରେ ହିଁ ମୋଦୀ ସରକାର ଚାରି ବର୍ଷ କାର୍ଯ୍ୟକାଳ ନଷ୍ଟ କରିଦେଇଛି। ମୋଦୀ ସରକାରଙ୍କର ବହୁ ଭୁଲ ନିଷ୍ପତ୍ତି ନେଇଥିବାରୁ ଦେଶର ଅର୍ଥବ୍ୟବସ୍ଥା ସମ୍ପୁର୍ଣ୍ଣ ଭୁଷୁଡି ଯାଇଛି, ତୈଳ ଦର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ସମସ୍ତ କ୍ଷେତ୍ର ପାଇଁ କୌଣସି ପଦକ୍ଷପ ନ ନେଇ ସରକାର କେବଳ ମୁସଲିମ, ଗୋମାଂସ ଆଦି ଘଟଣା ନେଇ ଚର୍ଚ୍ଚା କରୁଛନ୍ତି ବୋଲି ଶଶୀ ଥରୁର ଅଭିଯୋଗ କରିଛନ୍ତି।

Leave A Reply