ଅତାବିରାରେ ବେଆଇନ ମଦ ବିକ୍ରି, ଜୁଆ ଓ ସଟ୍ଟାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି

ରେଙ୍ଗାଲି କ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ଏନଏସି ସ୍ଥିତ ଦୁର୍ଗା ମନ୍ଦିର ପ୍ରାଙ୍ଗଣରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପୂର୍ବରୁ ଦାବି କରାଯାଇ ଆସୁଥିବା ଆନ୍ଧ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ ବେଆଇନ ବିଦେଶୀ ମଦ ଦୋକାନ(ଖୋଲା ବାର୍) ଖୋଲାଯିବାକୁ ନେଇ କୋଶଳ ଆନ୍ଧ୍ର କଲ୍ଚରାଲ ଏସୋସିଏସନ୍ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଫଳରେ ଗତକାଲି ଆନ୍ଧ୍ର କଲ୍ୟାଣ ମଣ୍ଡପଠାରେ ଅଞ୍ଚଳର ସମସ୍ତ ଆନ୍ଧ୍ର ସଭ୍ୟମାନଙ୍କୁ ନେଇ ଏକ ସଭା ହୋଇଥିଲା। ସେଠାରେ ସମସ୍ତ ଦଳଙ୍କୁ ନେଇ ଏହାର ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା। ଯାହା ଆଜି ସନ୍ଧ୍ୟାରେ ଏହି ସର୍ବାଦଳୀୟ ସଭାର ଆୟୋଜନ ହୋଇଥିଲା। ସଭାରେ ସର୍ବସମ୍ମତ୍ତି କ୍ରମେ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନ ତଥା ବେଆଇନ ଭାବେ ମଦ, ଜୁଆ ଓ ସଟାକୁ ଏନଏସିରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଗଲା।

ଏନେଇ ଅତାବିରା ତହସିଲଦାର ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପାଇଁ ପ୍ରସ୍ତାବ ଗୃହୀତ ହେଲା। ଆଜିର ଏଇ ସର୍ବାଦଳୀୟ ବୈଠକରେ ବରିଷ୍ଠ ନାଗରିକ ସଂଘର ସଭାପତି ବେଣୁଧର ମିଶ୍ର, ଆନ୍ଧ୍ର କଲ୍ଚରାଲ ଏସୋଷିଏସନ ର ସଭାପତି ଡି ମୂରଲୀ କ୍ରିଷ୍ଣା, ଓକିଲ ସଂଘର ସଭାପତି ଉନି କ୍ରିଷ୍ଣା ନାଏର, ଏନ୍ ଏ ସି ବିଜେଡି ସଭାପତି ମଣ୍ଟୁ ପଣ୍ଡା, କୃଷକ ସଂଘର ସଭାପତି ବୀରେନ କର, ରାମଚଣ୍ଡୀ ମନ୍ଦିର ସଭାପତି ଦିବାକର ପ୍ରଧାନ, ବଣିକ ସଂଘର ସଭାପତି ବୃନ୍ଦାବନ ମିଶ୍ର, ସମ୍ପାଦକ ଜୟ ପ୍ରକାଶ ଅଗ୍ରୱାଲ, ବିଜେପି ସଭାପତି ଶୁରେନ ସ୍ୱାଇଁ, ଯୁବ କଂଗ୍ରେସ ସଭାପତି ଦୀପକ ରାଏ, ଏନ୍ ଏ ସି କଂଗ୍ରେସ ସଭାପତି ଅବିନାଶ ପ୍ରଧାନ, ଜି ସତ୍ୟ ନାରାୟଣ ମୂର୍ତ୍ତି, ଜି ଶ୍ରୀନିବାସ ରାଓ, ଜି ସୂର୍ୟ ନାରାୟନ, ବି ପାପା ରାଓ, ଦୋରା ବାବୁ, ପୂର୍ବତନ କାଉନସିଲର ମୁକେଶ ଅଗ୍ରୱାଲ, ଉମେଶ ଅଗ୍ରୱାଲ, ଜଗନ୍ନାଥ ରାଓ, ଅଶୋକ ପ୍ରଧାନ, ବି ହରି, ଜେ. ବି ରାଓ, ଜୟା ବାବୁ, ବରିଷ୍ଠ ନାଗରିକ ସଂଘର ସମ୍ପାଦକ ଭୋଳାନାଥ ପ୍ରଧାନ, ବିରେନ୍ଦ୍ର ପ୍ରସାଦ ମିଶ୍ର ଓ ଶିତେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.