ଯୁଦ୍ଧ ଜାହାଜ ‘ସାର୍ଥକ’ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ

ଦେଶର ସାମୁଦ୍ରିକ ନିରାପତ୍ତାକୁ ମଜଭୁତ କରିବା ପାଇଁ ସ୍ୱଦେଶରେ ନିର୍ମିତ ଭାରତୀୟ ଉପକୂଳରକ୍ଷୀ ବାହିନୀର ଯୁଦ୍ଧ ଜାହାଜ ‘ସାର୍ଥକ’କୁ ଆଜି ଗୋଆଠାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହି ଜାହାଜ ଗୁଜୁରାଟର ପୋର୍‍ ବନ୍ଦର ମୁତୟନ ରହିବ ଏବଂ ଭାରତର ପଶ୍ଚିମାଞ୍ଚଳ ସମୁଦ୍ର ଉପକୂଳରେ ପହରା ଦେବ। ଉତ୍ତର-ପଶ୍ଚିମ ଉପକୂଳରକ୍ଷୀ କମାଣ୍ଡ ପାଖରେ ଏହି ଜାହାଜର ପ୍ରଶାସନିକ ନିୟନ୍ତ୍ରଣ ରହିବ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ସାର୍ଥକ ଯୁଦ୍ଧଯାହାଜକୁ ଉପ ମହାନିର୍ଦ୍ଦେଶକ ଏନ୍‍.ଏମ୍‍ ସହିଦ ପରିଚାଳନା କରିବେ ଏବଂ ଏଥିରେ ୧୧ଜଣ ଅଧିକାରୀ ଓ ୧୧୦ଜଣ ନାବିକ ସୈନ୍ୟରହିବେ।

ଏହି ଜାହାଜରେ ଅତ୍ୟାଧୁନିକ ସରଞ୍ଜାମ, ସେନସର ଓ ଅସ୍ତ୍ରଶସ୍ତ୍ର ଖଞ୍ଜାଯାଇଛି, ଯାହା ଏକ କମାଣ୍ଡ ମଞ୍ଚ ଭାବେ କାମ କରିବ ଏବଂ ସାମୁଦ୍ରିକ ଅପରାଧ ଦମନ ସହିତ ସାମୁଦ୍ରିକ ପରିବେଶକୁ ସୁରକ୍ଷିତ ରଖିବା ଦିଗରେ କାର୍ଯ୍ୟ କରିବ। ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ ଅଧୀନରେ ସାର୍ଥକ ଯାହାଜକୁ ନିର୍ମାଣ କରାଯାଇଛି।

Comments are closed.