ସର୍ପେଶ୍ୱର ମହାଦେବଙ୍କ ମନ୍ଦିରରେ ଶିବ ଉପାସନା

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ସର୍ପେଶ୍ୱର ମହାଦେବଙ୍କ ମନ୍ଦିରରେ ଭାରତୀୟ ଯୋଗ ସଂସ୍ଥାନ, ମର୍କତନଗର କଟକ ଜୟପ୍ରକାଶ ପାର୍କ କେନ୍ଦ୍ର ପକ୍ଷରୁ ଶିବ ଉପାସନା କରାଯାଇଛି। ଯୋଗ ସଂସ୍ଥାନର ସମସ୍ତ କର୍ମକର୍ତ୍ତା, ପ୍ରଶିକ୍ଷକ ଉପସ୍ଥିତ ରହି ସାତ୍ତ୍ୱିକ ଭାବଧାରାରେ ପ୍ରଭୂ ସର୍ପେଶ୍ୱରଙ୍କୁ ପୂଜାର୍ଚ୍ଚନା, ଜଳାଭିଷେକ ଓ ରୁଦ୍ରାଭିଷେକ ପୂଜା କରିଥିଲେ। ପୂଜକ ରତ୍ନାକର ପଣ୍ଡା, ପଣ୍ଡିତ ବିଶ୍ୱରଞ୍ଜନ ପଣ୍ଡା ଓ ରଞ୍ଜନ କୁମାର ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଡ.ଶୈଳଜା ନନ୍ଦିନୀ ଜେନା, ଡ.ଝିପି ନାୟକ, ଉପଦେଷ୍ଟା ଡ.ସତ୍ୟ ରାୟ, କ୍ଷେତ୍ର ପ୍ରମୁଖ କେଦାରନାଥ ଜାଲିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କବିତା ପ୍ରଧାନ, ପ୍ରତିମା ବେହେରା, ଶାନ୍ତିଲତା ତ୍ରିପାଠୀ, ସନ୍ଦିପ ନାୟକ ପ୍ରମୁଖ ଉପସ୍ଥିତ ରହି ଶିବ ବନ୍ଦନା ପାଠ କରିଥିଲେ।

Comments are closed.