ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା : ଜୁନ ୩୦ ଯାଏ ଢେଙ୍କିକୋଟ ସାପ୍ତାହିକ ହାଟ ସଟ୍ ଡାଉନ୍

ପାଟଣା : କେନ୍ଦୁଝର ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିବା ବେଳେ ଶୁକ୍ରବାର  ଘଟଗାଁ ବ୍ଲକରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ତେବେ କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ଏକ ପ୍ରମୁଖ ବ୍ୟବସାୟୀକ ପେଣ୍ଠ ସ୍ଥଳି ହୋଇଥିବା ବେଳେ ଜିଲ୍ଲାର ସର୍ବ ପୂରାତନ ବୃହତ୍ତମ ସାପ୍ତାହିକ ହାଟ ପ୍ରତି ଶନିବାର ଢେଙ୍କିକୋଟରେ ବସିଥାଏ। ଏହି ହାଟକୁ ଜିଲ୍ଲା ତଥା ଜିଲ୍ଲା ବହାରୁ ବହୁ ବ୍ୟବସାୟୀ ଆସୁଥିବା ବେଳେ ହାଟରେ ପ୍ରବଳ ଜନଗହଳି ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ହାଟ ଗହଳିରେ କରୋନା ସଂକ୍ରମଣ ଆଶଙ୍କା କରି ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ ୬ଜୁନ ଠାରୁ ୩୦ଜୁନ ଯାଏ ବଜାର ସହ ୪ଟି ସାପ୍ତାହିକ ହାଟକୁ ସକାଳ ୫ଘଟିକା ଠାରୁ ସଂନ୍ଧ୍ୟା ୭ଘଟିକା ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଛନ୍ତି । ଜୁନ ୬ ତାରିଖ , ୧୩ ତାରିଖ , ୨୦ ତାରିଖ ଓ ଜୁନ ୨୭ ତାରିଖ ଚାରିଗୋଟି ଶନିବାର ସାପ୍ତାହିକ ହାଟକୁ ବନ୍ଦ କରିଛନ୍ତି ।

Comments are closed.