ଅନ୍ତେବାସୀ କଲେ ସରପଞ୍ଚଙ୍କ ବିରୋଧରେ ଅଶାଳୀନ ଇଙ୍ଗିତ ଅଭିଯୋଗ: ସଙ୍ଗରୋଧ କେନ୍ଦ୍ରରେ ତାଲା, ବିନା ଯାଞ୍ଚରେ ଘରକୁ ଗଲେ ପ୍ରବାସୀ

ଢ଼େଙ୍କାନାଳ: ଏକ ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ସଙ୍ଗରୋଧ କେନ୍ଦ୍ରର ଜଣେ ମହିଳା ଅନ୍ତେବାସୀ  ଅଶାଳୀନ ଇଙ୍ଗିତ କରିବା ଅଭିଯୋଗ ପରେ ଏକ ସଙ୍ଗରୋଧ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଥିବା ସୂଚନା ମିଳିଛି । ଏହି ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀମାନଙ୍କୁ ବିନା ପରୀକ୍ଷାରେ ପ୍ରଶାସନ ଘରକୁ ପଠାଇ ଦେଇଛି ।

ଘଟଣାଟି ଢ଼େଙ୍କାନାଳ ଜିଲା ଭୁବନ ବ୍ଲକ୍ ବାଲିବୋ ପଞ୍ଚାୟତରେ ଘଟିଛି । ଏହି ପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ଜଣେ ଅନ୍ତେବାସୀ ଅଭିଯୋଗ କରିଥିଲେ । ସରପଞ୍ଚ ତାଙ୍କୁ ଅଶାଳୀନ ଇଙ୍ଗିତ କରୁଥିବା ସମ୍ପୃକ୍ତ ମହିଳା ଅଭିଯୋଗ କରିବା ପରେ ପୁଲିସ ସରପଞ୍ଚଙ୍କୁ ଗିରଫ କରିଛି । ଅବଶ୍ୟ ପରେ ସରପଞ୍ଚ ଜାମିନରେ ଖଲାସ ହୋଇଛନ୍ତି ।

ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଏହି ସଙ୍ଗରୋଧ କେନ୍ଦ୍ରଟିକୁ ବନ୍ଦ କରି ଦିଆଯାଇଛି । ଏଠାରେ ଅନ୍ତେବାସୀଥିବା ସମସ୍ତ ପ୍ରବାସୀଙ୍କୁ ଘରକୁ ଯିବାକୁ ପରାମର୍ଶ ଦିଆଯାଇଛି । ତେବେ ସଙ୍ଗରୋଧ କେନ୍ଦ୍ର ବନ୍ଦ ପୂର୍ବରୁ ପ୍ରବାସୀମାନଙ୍କର ସ୍ବାବ୍ ପରୀକ୍ଷା ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ତେବାସୀମାନେ  ତାଙ୍କର ସମ୍ପୂର୍ଣ୍ଣ ସଙ୍ଗରୋଧ ଅବଧି କାଟିଛନ୍ତି କି ନାହିଁ ତାହା ମଧ୍ୟ ଜଣାପଡ଼ିନାହିଁ ।

Comments are closed.