ଶିଶୁପୁତ୍ର ଜନ୍ମ ପରେ ମହିଳାଙ୍କ ମୃତ୍ୟୁ, ନର୍ସିଂହୋମ୍‌ ଆଗରେ ପରିବାର ସଦସ୍ୟଙ୍କ ଧାରଣା

ସୋର: ଶିଶୁପୁତ୍ର ଜନ୍ମ ଦେବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ପ୍ରସୂତିଙ୍କ ମୃତ୍ୟୁ ପରେ ନର୍ସିଂହୋମ୍‌ ଆଗରେ ପରିବାର ସଦସ୍ୟ ଧାରଣା ଦେଇଛନ୍ତି।

ଖଇରା ଅଞ୍ଚଳରୁ ଜଣେ ମହିଳା ପ୍ରସବ ପାଇଁ ନର୍ସିଂହୋମ୍‌ରେ ଭର୍ତ୍ତି ହୋଇଥିଲେ। ଶୁକ୍ରବାର ପୁତ୍ର ସନ୍ତାନ ଜନ୍ମ ପରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ନର୍ସିଂହୋମ୍‌ ପକ୍ଷରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା ଏବଂ ଭୁବନେଶ୍ବର ଏକ ଘରୋଇ ମେଡ଼ିକାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେହି ଘରୋଇ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ମହିଳାଙ୍କ ମୃତ୍ୟ ହୋଇଥିଲା। ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲ୍‌ରେ ମୃତ୍ୟୁ ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଛି। ମହିଳା କରୋନା ଆକ୍ରାନ୍ତ ବୋଲି ମେଡ଼ିକାଲ୍‌ କର୍ତ୍ତୃପକ୍ଷ ମହିଳାଙ୍କ ମୃତଦେହ ଛାଡୁନାହାନ୍ତି। ଏହି ଘଟଣାକୁ ନେଇ ନର୍ସିଂହୋମ୍‌ ଆଗରେ ଶିଶୁପୁତ୍ରକୁ ନେଇ ପରିବାରବର୍ଗ ଧାରଣା ଦେଇଛନ୍ତି।

Comments are closed.