ଆଜି ଛାଡ଼ଖାଇ

ସାରନଗରୀ : ଶେଷ ହୋଇଛି କାର୍ତିକ ମାସ । ଆଜି  ଛାଡ଼ଖାଇ ।  ପ୍ରତିବର୍ଷ କାର୍ତିକ ପୂର୍ଣ୍ଣିମାର ପରଦିନ ଛାଡ଼ଖାଇ । ମାତ୍ର ଯେଉଁ ବର୍ଷ ଛାଡ଼ଖାଇରେ ଭଲ ବାର ପଡ଼େ ନାହିଁ ,ତହିଁ ପରଦିନକୁ ଆମିଷ ଭୋଜନ କରି ଛାଡ଼ଖାଇ ପାଲିଥାନ୍ତି ଲୋକେ । ସବୁଆଡ଼େ ଛାଡ଼ଖାଇ ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି । ଏହାକୁ ଦୃଷ୍ଟିରେ ରଖି ମାଛ ଓ ମାଂସ ବ୍ୟବସାୟୀମାନେ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରର ବିଭିନ୍ନ ଛେଳି ମାଂସ,ବ୍ରଏଲର କୁକୁଡ଼ା,ଦେଶୀ କୁକୁଡ଼ା ଦୋକାନୀ ଓ ମାଛ ଦୋକାନୀମାନେ, ଗ୍ରାମାଂଚଳରେ ଛୋଟ ମୋଟ ମାଂସ ବ୍ୟବସାୟୀ ବେପାର ବେଶ ଭଲ ହେବ ବୋଲି ଆଶା ବାନ୍ଧିଛନ୍ତି । ସହରର କେତେକ ନିଦ୍ଦିଷ୍ଟ ଅଂଚଳରେ ଛାଡ଼ଖାଇରେ ଛେଳି ମାଂସର ଅଧିକ ଚାହିଦା ଥିବାବେଳେ,ଗ୍ରାମାଂଚଳରେ ବ୍ରଏଲର ମାଂସ ବେଶୀ ବିକ୍ରି ହେବ ବୋଲି ଜଣାପଡ଼ିଛି । ସେହିପରି ମାଛ ପସନ୍ଦ କରୁଥିବା ଲୋକେ ସଜମାଛ ଅଭାବରୁ ଆନ୍ଧ୍ର ମାଛ ଉପରେ ନିର୍ଭର କରିବେ ବୋଲି ଜଣାପଡିଛି ।

Comments are closed.