ପାକିସ୍ତାନ ଟେଷ୍ଟ ଓ ଟ୍ବେଣ୍ଟି-୨୦ ଅଧିନାୟକ ପଦରୁ ସର୍ଫରାଜ ବହିଷ୍କୃତ

କରାଚି : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସର୍ଫରାଜ ଅହମ୍ମଦଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଶୁକ୍ରବାର ଅଧିନାୟକ ପଦରୁ ବହିଷ୍କାର କରିଛି। ସର୍ଫରାଜଙ୍କୁ ଉଭୟ ଟେଷ୍ଟ ଓ ଟ୍ବେଣ୍ଟି-୨୦ କ୍ରିକେଟର ଅଧିନାୟକ ପଦରୁ ପିସିବି ବହିଷ୍କାର କରିଛି। ଏହାସହିତ ସର୍ଫରାଜ ଟେଷ୍ଟ ଓ ଟ୍ବେଣ୍ଟି-୨୦ ଦଳରୁ ମଧ୍ୟ ବାଦ୍ ପଡିଥିବା ଜଣାପଡିଛି। ଏନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି)ର ଅଧ୍ୟକ୍ଷ ଏହସାନ୍ ମନି ସୂଚନା ଦେଇଛନ୍ତି।

ସର୍ଫରାଜଙ୍କ ସ୍ଥାନରେ ଆଝାର ଅଲୀଙ୍କୁ ଟେଷ୍ଟ ଏବଂ ବାବର ଆଜମଙ୍କୁ ଟି-୨୦ ଦଳର ଅଧିନାୟକ ଭାବେ ନିଯୁକ୍ତି ଦିଆଯାଇଛି।

Comments are closed.