୧୦ ଟଙ୍କାରେ ଗୋଟେ ଶାଢୀ, ମଲ୍‌ରେ ଦଳାଚକଟା ପରିସ୍ଥିତି!

0

ହାଇଦ୍ରାବାଦ..-  ୧୦ ଟଙ୍କାରେ ଗୋଟିଏ ଶାଢୀ । ଏପରି ମନଲୋଭା  ଘୋଷଣା ପରେ ହାଇଦ୍ରାବାଦରେ ଥିବା ଏକ ମଲ୍‌ରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା । ଏପରି ପରିସ୍ଥିତି  ହୋଇଥିଲା ଯେ ମଲ୍‌ ପରିଚାଳନା କର୍ତ୍ତୃପକ୍ଷ ବାଧ୍ୟ ହୋଇ ପୁଲିସ୍‌ ଡକାଇଥିଲେ ।  ପୁଲିସ ବି ଭିଡ ନିୟନ୍ତ୍ରଣ କରିବା ପାଇଁ ନାକେଦମ୍ ହୋଇଯାଇଥିଲା ।

କେବଳ ସେତିକି ନୁହେଁ  କେତେକ ଚୋର ଏହାର ଫାଇଦା ଉଠାଇଥିଲେ ଭିଡ ଭିତରେ ମହିଳାମାନଙ୍କର ସୁନା ଚେନ୍‌ ଲୁଟ୍‌ କରିବା ସହ ଟଙ୍କା ଓ କ୍ରେଡିଟ୍‌ କାର୍ଡ ଚୋରି କରି ଦେଇଥିଲେ । ହାଇଦ୍ରାବାଦର ସିଦ୍ଧିପେଟ୍‌ରେ ଥିବା ସିଏମ୍‌ଆର୍‌ ମଲ୍‌ରେ ୧୦ ଟଙ୍କାରେ ଗୋଟିଏ ଶାଢୀ ମିଳିବ ବୋଲି ବିଜ୍ଞାପନ ବାହାରିଥିଲେ । ଏହାପରେ ସେଠାରେ ମହିଳାମାନଙ୍କର ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ମଲ୍‌ ବାହାରେ ବହୁ ସଂଖ୍ୟାରେ ଲୋକ ଶାଢୀ କିଣିବା ପାଇଁ ଆସିଥିଲେ । ମଲ୍‌ର  ଗେଟ୍‌ ଖୋଲା ହେବା ମାତ୍ରେ ସମସ୍ତେ ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଏହାପରେ ସେଠାରେ ଦଳ  ଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ଅନେକ ମହିଳା ଆହତ ହୋଇଥିଲେ । ଏହି ଖବର ମିଳିବା ପରେ ସେଠାରେ ପୁଲିସ ପହଞ୍ଚି ଭିଡ ନିୟନ୍ତ୍ରଣ କରିଥିଲା ।

Leave A Reply