ଜାଣନ୍ତୁ: କେଉଁ ସମୟରେ କେଉଁ ପୋଷାକ ପିନ୍ଧିବା ଉଚିତ

0

ପୋଷାକ ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧିର ଏକ ମୁଖ୍ୟ କାରଣ ଅଟେ। ଘରେ ହେଉ, ପୂଜା ପର୍ବ ହେଉ, ବାହାଘର,ବ୍ରତଘର, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ହେଉ ପ୍ରତ୍ୟେକ ଜାଗାରେ ସମସ୍ତେ ଭିନ୍ନ ଭିନ୍ନ ପୋଷାକ ପିନ୍ଧିଥାନ୍ତି।
ଏଥି ହେତୁ ସେମାନଙ୍କ ସୁନ୍ଦରତା ବଢିବା ସହ ନିଜର ବ୍ୟକ୍ତିତ୍ୱ କିଛି ଅନ୍ୟ ମାନଙ୍କ ଠାରୁ ଖାସ୍‍ ବୋଲି ଅନୁଭବ ହୋଇଥାଏ।

ସୂତା ଲୁଗା –  ପ୍ରତିଦିନ ଖାସ୍‍ କରି ଖରା ଦିନେ ଏହି ପ୍ରକାରର ପୋଷାକ ପିନ୍ଧିବା ଦ୍ୱାରା ଶାନ୍ତି ଅନୁଭବ ହୋଇଥାଏ। ଗୃହ କାର୍ଯ୍ୟ କରିବା ସମୟରେ ବ୍ୟସ୍ତ ମଧ୍ୟ ଲାଗେ ନାହିଁ।
ପଲିଷ୍ଟର (ସିଫନ)- ଏହି ପ୍ରକାର ପୋଷାକକୁ ସାଧାରଣ ଭାବେ ବଜାର,ସଉଦାପତ୍ର,ଛୋଟ ପିଲାଙ୍କୁ ସ୍କୁଲ ଛାଡ଼ିବା ଓ ଆଣିବା ବେଳେ ବ୍ୟବହାର କଲେ ଖୁବ ଆରାମ ଲାଗେ। ବଜାରରେ ଅସନା ହେଲେ ମଧ୍ୟ ଓ ବର୍ଷା ଦିନେ ଏହାକୁ ଧୋଇଲେ , ଏହା ସହଜରେ ଶୁଖିଯାଏ। କର୍ମଜୀବୀ ମହିଳାମାନେ ଏହି ପ୍ରକାରର ପୋଷାକ ପିନ୍ଧିଲେ ,ଏହାକୁ ଆଇରନ କରିବାକୁ ମଧ୍ୟ ଆବଶ୍ୟକତା ପଡ଼େ ନାହିଁ।

 

ଧାର୍ମକ ଅନୁଷ୍ଠାନ – ଏଠାକୁ ସୂତା ଲୁଗା,ତନ୍ତ ବୁଣା ଲୁଗା ଅଥବା ଡ଼୍ରେସ ହେଉ ପିନ୍ଧିବା ଦ୍ୱାରା ମନରେ ଧାର୍ମିକ ଭାବନା ଜାଗ୍ରତ ହୋଇଥାଏ।
ବାହାଘର ଓ ବିଭିନ୍ନ ଉତ୍ସବ – ଏଠାକୁ ପାଟ, ଚୁମକି, ଜରି ବର୍ଡ଼ର ଆଦି ଲୁଗା ହେଉ ଅଥବା ଡ଼୍ରେସ ପିନ୍ଧିବା ଦ୍ୱାରା ଖୁବ ଆକର୍ଷଣୀୟ ଲାଗେ। ସୁନା ଗହଣା କମ ପରିମାଣରେ ପିନ୍ଧିଲେ ମଧ୍ୟ ଏହି ପ୍ରକାରର ପୋଷାକରେ ତାହାର ଅଭାବ ଜଣା ପଡ଼େ ନାହିଁ।

Leave A Reply