ସରସ୍ବତୀ ପୂଜା

ମାଘ ଶୁକ୍ଳ ପଞ୍ଚମୀ ତିଥିରେ ମା’ ସରସ୍ବତୀଙ୍କ ଆବାହନ ତଥା ପୂଜା ବନ୍ଦନା କରାଯାଇଥାଏ। ବସନ୍ତର ଅୟମାରମ୍ଭରେ ଧରଣୀ ମା’ ସକଳ ସୌନ୍ଦର୍ଯ୍ୟକୁ ଅଙ୍ଗୀଭୂତ କରି ସକଳ ପରିପୂର୍ଣ୍ଣତାରେ ଅଭିସିକ୍ତ ହୋଇ ମଙ୍ଗଳମୟୀ ଆଦ୍ୟାଶକ୍ତିର ପଦପ୍ରାନ୍ତରେ ପୂଜାର୍ଚ୍ଚନା ବାଢ଼େ ଏହି ପୁଣ୍ୟ ଦିବସରେ। ଓଡ଼ିଶାରେ ଘରେଘରେ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ, ସଂଘ, କ୍ଲବ୍ରେ ମୂର୍ତ୍ତି ପୂଜା ହୁଏ, ପୁଷ୍ପମାଲ୍ୟରେ ସୁଶୋଭିତ ସରସ୍ବତୀ ମୂର୍ତ୍ତି ଘଣ୍ଟ, ଘଣ୍ଟା, ଶଙ୍ଖ ଆଦି ବାଦ୍ୟବାଦନ ମଧ୍ୟରେ ପୂଜିତ ହୁଅନ୍ତି। ଭୋଗ ଆକାରରେ ଖଇ, ଉଖୁଡ଼ା, ନଡ଼ିଆ ଫଳ ଆଦି ବଢ଼ାଯାଇଥାଏ।