ପୂର୍ବତନ ସରପଞ୍ଚଙ୍କ ପରଲୋକ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଲଇଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ କମ୍ୟୁନିଷ୍ଟ ନେତା ଈଶ୍ବର ନାୟକଙ୍କ ଘନିଷ୍ଠ ସହଯୋଗୀ ପିଛାଲୁ ପଟେଲଙ୍କ ଆଜି ଅପରାହ୍ନରେ ରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ସ୍ବର୍ଗତ ପଟେଲ ଲଇଡା ପଞ୍ଚାୟତର ସରପଞ୍ଚ ଏବଂ ସିପିଆଇ ଲଇଡା ଶାଖାର ସମ୍ପାଦକ ଥିଲେ।

ଜନନେତା ଈଶ୍ବର ନାୟକଙ୍କ ନେତୃତ୍ଵରେ ସେ ଅନେକ ଜନ ଆନ୍ଦୋଳନରେ ସାମିଲ ହୋଇ କାରାବରଣ କରିଥିଲେ। ମୃତ୍ୟୁ ଖବର ପାଇ ବହୁ ସଂଖ୍ୟକ ଶୁଭେଚ୍ଛୁ ତାଙ୍କର ଅନ୍ତିମ ଦର୍ଶନ ପାଇଁ ପହଞ୍ଚି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।

Comments are closed.